www.samajalive.in
Sunday, December 14, 2025
14.1 C
Bhubaneswar

ବି.ଗୁମଣ୍ଡଳି ନାବାଳିକା ବଳାତ୍କାର ଓ ହତ୍ୟା ମାମଲା, ୨ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନ

ନବରଙ୍ଗପୁର: ବହୁଚର୍ଚ୍ଚିତ ନବରଙ୍ଗପୁର ଜିଲାର କୋଷାଗୁମୁଡାଥାନା ଅନ୍ତର୍ଗତ ବି.ଗୁମଣ୍ଡଳିରେ ନାବାଳିକାକୁ ଗଣବଳାତ୍କାର ଓ ହତ୍ୟା ଅଭିଯୋଗ ମାମଲାରେ ଗିରଫ ହୋଇଥିବା ତିନିଜଣଙ୍କର ମଧ୍ୟରୁ ଜଣେ ଜଣେ ନାବାଳକ, ଜଣେ ଯୁବକ ଓ ଜଣେ ନାବାଳିକା ରହିଛନ୍ତି। ତେବେ ଦୁଇଜଣ ଅଭିଯୁକ୍ତଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜାମିନ ପାଇଥିବା ଅଭିଯୁକ୍ତ ହେଲେ ବି.ଗୁମଣ୍ଡଳି ଗ୍ରାମର ଜଣେ ନାବାଳିକା (୧୬ ବର୍ଷ) ଓ ଜଣେ ନାବାଳକ (୧୭ ବର୍ଷ)। ଗିରଫ ନାବାଳିକା ଏହି ଘଟଣାରେ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା। ଏହି ଦୁଇଜଣ ଗିରଫ ହେବାପରେ ବ୍ରହ୍ମପୁର ସ୍ୱାଧାରଗୃହରେ ବନ୍ଦୀ ରହିଥିଲେ। ଅନ୍ୟତମ ଅଭିଯୁକ୍ତ କୋରାପୁଟ ଜିଲା ଅନ୍ତର୍ଗତ କୋଟପାଡର ଖାଡି ଭତରା (୨୧)ଗିରଫ ହୋଇ ନବରଙ୍ଗପୁର ସବଜେଲରେ ବନ୍ଦୀ ରହିଛି। ତେବେ ଖାଡିକୁ ହାଇକୋର୍ଟରୁ ଜାମିନ ମିଳିନି।

ସୂଚନାଯୋଗ୍ୟ ଯେ,ଗତ ୧୬.୧୨.୨୦୧୯ରେ ବି.ଗୁମଣ୍ଡଳି ଗ୍ରାମର ଜଣେ ନାବାଳିକାକୁ ଗଣବଳାତ୍କାର କରାଯାଇ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ଜୋରଦାର ହୋଇଥିଲା। ଏହାକୁ ନେଇ ବିରୋଧୀ ଦଳ ଜିଲାବନ୍ଦ ଡାକରା ଦେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ରାଜ୍ୟ ପ୍ରତିଦିଧିଦଳ ଗ୍ରାମକୁ ଯାଇଥିଲେ। ରାଜ୍ୟ ବିଜେଡି ସରକାରକୁ ତିବ୍ର ସମାଲୋଚନା କରିଥିଲେ। ଫଳରେ ରାଜ୍ୟ ରାଜନୀତି ସରଗରମ ହୋଇଥିଲା। ମା’ଘର ପକ୍ଷରୁ ମଧ୍ୟ ତିବ୍ର ପ୍ରତିବାଦ କରାଯାଇଥିଲା। ତେବେ ଅଭିଯୁକ୍ତଙ୍କର ପକ୍ଷରୁ ଆଇନଜୀବୀ ମୃତ୍ୟୁଞୟ ମହାରଣା ମାମଲା ପରିଚାଳନା କରୁଥିବା ବେଳେ ସେ ଏହି ଜାମିନ ସଂପର୍କୀତ ସୂଚନା ପ୍ରଦାନ କରିଛନ୍ତି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories