www.samajalive.in
Sunday, December 14, 2025
16.1 C
Bhubaneswar

ଟାଟା ଏସି ଗାଡ଼ି ଓଲଟି କୋଡ଼ିଏ ମହିଳା ଶ୍ରମିକ ଆହତ

ପାତ୍ରପୁର: ପାତ୍ରପୁର ବ୍ଲକ ସାମନ୍ତରାପୁର ପଞ୍ଚାୟତର ଗୋପୀନାଥପୁର ଛକ ନିକଟରେ ଏକ ଟାଟା ଏସି ଗାଡି ଓଲଟି ପଡିବା ଫଳରେ କୋଡ଼ିଏ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଗୁରୁତର ଥିବା ପାଞ୍ଚଜଣଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସମସ୍ତ ଶ୍ରମିକ ମହିଳା ବୋଲି ଜଣା ପଡିଥିବା ବେଳେ ତାଙ୍କରି ଘର ନାରାୟଣ ପୁର ଗ୍ରାମରେ ହୋଇ ଥିବା ବେଳେ ଧାନ ରୁଆ କାର୍ୟ୍ୟ ପାଇଁ ଯାଉଥିବା ଜଣା ଯାଉଛି।ଦୁର୍ଘଟଣା ପରେ ଲୋକଙ୍କ ପାଟି ଶୁଣି ଆଖ ପାଖର ଲୋକମାନେ ପହଞ୍ଚି ସମସ୍ତ ଆହତମାନଙ୍କୁ ପ୍ରଥମେ ଜରଡ଼ା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ କୁମାରୀ ପ୍ରଧାନ,କୁରୀ ପ୍ରଧାନ ଓ ରୁପା ପ୍ରଧାନ ଆଦି ତିନି ଜଣକୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଥିବା ବେଳେ ଅନ୍ୟ କିଛି ଆହତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଠାଯାଇଛି। ଏପରି ପାତ୍ରପୁର ଯିବା ପରେ ପୁଣି ଦୁଇ ଜଣଙ୍କୁ ବ୍ରହ୍ମପୁର ପଠାଯାଇଛି। ସ୍ଥାନୀୟ ସରପଞ୍ଚ, ସହ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ମୀନକେତନ ବେହେରା ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ସେମାନଙ୍କୁ ପାତ୍ରପୁର ଓ ବ୍ରହ୍ମପୁର ପଠାଇଥିଲେ।

ପ୍ରକାଶ ଥାଉକି, ଗତ ଏକ ସପ୍ତାହ ମଧ୍ୟରେ ଏହା ଦ୍ଵିତୀୟ ଘଟଣା। ଗତ ୧୪ ତାରିଖରେ ଘର ଛାତ ପକେଇବା ପରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟାଟା ଏସି ଗାଡି ପାତ୍ରପୁର ବ୍ଲକର ତାଳପଡା ନିକଟରେ ଦୁର୍ଘଟଣା ଗସ୍ତ ହେବା ଫଳରେ କୋଡ଼ିଏ ଊର୍ଦ୍ଧ୍ବ ଶ୍ରମିକ ଆହତ ହୋଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories