www.samajalive.in
Saturday, December 13, 2025
26.1 C
Bhubaneswar

ମିିଳିଲେ ନିଖୋଜ ଉଗାଣ୍ଡାର ଭାରୋତ୍ତୋଳକ

ଟୋକିଓ: ଟୋକିଓ ଅଲିମ୍ପିକ୍‌ସରେ ଭାଗନେବାକୁ ଆସିଥିବା ଉଗାଣ୍ଡାର ପୁରୁଷ ଭାରୋତ୍ତୋଳକ ଜୁଲିଅସ୍ ସେକିତୋଲେକୋଙ୍କୁ ୪ ଦିନ ପରେ ଜାପାନ ପୁଲିସ ଠାବ କରିପାରିଛି। ମଧ୍ୟ ଜାପାନର ଏକ ଜାଗାରେ ସନ୍ଦେହଜନକ ଭାବେ ଜୁଲିଅସ୍ ବୁଲୁଥିବା ବେଳେ ପୁଲିସ ତାଙ୍କୁ ଧରିଥିଲା। ଜୁଲିଅସ୍‌ଙ୍କ ପାଖରେ ତାଙ୍କର ପରିଚୟ ପତ୍ର ଥିଲା ଏବଂ ସେ ତାଙ୍କ ନାମ ସଠିକ୍ ଭାବେ କହିଥିଲେ। ତାଙ୍କୁ ଅଲିମ୍ପିକ୍‌ ସ୍ଥଳକୁ ଅଣାଯାଇଛି।

ଶୁକ୍ରବାର ଜୁଲିଅସ୍ ସେକିତୋଲେକୋ ନିର୍ଦ୍ଧାରିତ ଅଭ୍ୟାସ ସ୍ଥଳକୁ ନ ଆସିବାରୁ ତାଙ୍କୁ ହୋଟେଲ କୋଠରୀରେ ଖୋଜା ଯାଇଥିଲା। ସେଠାରେ ଏକ ଲେଖା ମିଳିଥିଲା; ଯେଉଁଥିରେ ସେ ଆଉ ଫେରିବେନି ଏବଂ ତାଙ୍କ ଜିନିଷପତ୍ର ଉଗାଣ୍ଡାରେ ତାଙ୍କ ଘରକୁ ପଠାଇବାକୁ ଜୁଲିଅସ୍ ଅନୁରୋଧ କରିଥିଲେ। ପରେ ପୁଲିସକୁ ଖବର ଦିଆ ଯାଇଥିଲା। ଜାପାନରେ କରୋନା ସଂକ୍ରମଣ ଅଧିକ ଥିବା ବେଳେ ସଂଗରୋଧରୁ ବାହାରି ଖେଳାଳି ବାହାରକୁ ଚାଲିଯିବା ଉଗାଣ୍ଡା ଦଳ ସହ ଆୟୋଜକଙ୍କ ପାଇଁ ଚିନ୍ତାର ବିଷୟ ଥିଲା। ଜୁଲିଅସ୍ କହିଥି​ଲେ ଯେ କୋଟା ପଦ୍ଧତି ଯୋଗୁଁ ଅଲିମ୍ପିକ୍‌ସରେ ତାଙ୍କୁ ପ୍ରତିଦ୍ବନ୍ଦ୍ବିତା କରିବାର ସୁଯୋଗ ମିଳିବ ନାହିଁ ବୋଲି ଜାଣିବା ପରେ ସେ ପେଟ ପୋଷିବା ପାଇଁ କାମ ଖୋଜିବା ପାଇଁ ଚାଲି ଯାଇଥିଲେ। ପୁଲିସ କହିଥିଲା ଯେ ଜୁଲିଅସ୍‌ ମଧ୍ୟ ଜାପାନର ନାଗୋୟାକୁ ଯାଇଥିଲେ ଏବଂ ସେଠାରୁ ମିଏ ସହରକୁ ଯାଇଥିଲେ। ଉଗାଣ୍ଡାର ମୂଳ ଅଧିବାସୀ ରହୁଥିବା ଏକ ଘରେ ଜୁଲିଅସ୍ ବସିଥିବା ବେଳେ ପୁଲିସ ପହଞ୍ଚିଥିଲା। ଉଗାଣ୍ଡା ଦଳ ଜୁନ୍‌ରେ ଆସି ଟୋକିଓରେ ପହଞ୍ଚି ଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories