www.samajalive.in
Saturday, December 13, 2025
26.1 C
Bhubaneswar

ମଉଳି ଯାଉଛି ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା!

ସୁନ୍ଦରଗଡ଼: ଶଙ୍କରାଠାରେ ଏନ.ଟି.ପି.ସି ପକ୍ଷରୁ ନିର୍ମାଣ କରାଯାଇଥିବା ହସ୍ପିଟାଲ ଓ ଭେଷଜ ମହାବିଦ୍ୟାଳୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଆଶା ମଉଳିବାରେ ଲାଗିଛି । ଇତିମଧ୍ୟରେ ରାଜ୍ୟ ସରକାର ଦେଇଥିବା ଏକ ଚିଠିରେ ନିର୍ମିତ ହସ୍ପିଟାଲ ଓ ଭେଷଜ ମହାବିଦ୍ୟାଳୟକୁ ସରକାରୀ ମେଡିକାଲ କଲେଜ ନାମରେ ନାମିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ଏହି କଲେଜର ଅଧିକ୍ଷକ ଦାୟିତ୍ୱ ନେବା ସହ ନିର୍ମାଣ କାର୍ଯ୍ୟକୁ ଦେଖରେଖ କରିବା ପାଇଁ କୁଆଡ଼େ ନିର୍ଦ୍ଦେଶନାମା ଆସିଛି । ଏହି ନିର୍ଦ୍ଦେଶନାମା ଆସିବା ପରେ ବିଭିନ୍ନ ମହଲରେ ସଂଶୟ ସୃଷ୍ଟି ହେବା ସହ ଅସନ୍ତୋଷ ଦେଖାଦେଇଛି । ଚିଠିରେ କିଛି ସ୍ପଷ୍ଟ ଲେଖାଯାଇନଥିଲେ ମଧ୍ୟ ରାଜ୍ୟ ସରକାର ଏହି ହସ୍ପିଟାଲ ଓ ଭେଷଜ ମହାବିଦ୍ୟାଳୟକୁ ଚଳାଇବେ ବୋଲି ପରୋକ୍ଷରେ ସୂଚନା ମିଳିଛି । ଆଉ କେତେକ ରାଜ୍ୟ ସରକାର ଓ ଘରୋଇ ସଂସ୍ଥା ମିଳିତ ଭାବେ ଏହାକୁ ଚଳାଇବେ ବୋଲି ଚର୍ଚ୍ଚା କରୁଥିବା ବେଳେ ମୋଟାମୋଟି ଭାବେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପ୍ରସଙ୍ଗ ଧିମେଇ ଯାଉଥିବାର ସ୍ପଷ୍ଟ ହେଉଛି । ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ ହେବା ପରେ ଏନଟିପିସି ପକ୍ଷରୁ ନିର୍ମାଣ କରାଯାଇଥିବା ହସ୍ପିଟାଲ ଓ ମେଡିକାଲ କଲେଜରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା କରିବା ଦାବି ଜୋର ଧରିଥିଲା ।

 

- Advertisement -

ଜିଲା ଓକିଲ ସଂଘ ସମେତ ଜନପ୍ରତିନିଧି ଓ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇ ଆସୁଥିଲା । ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷ ବର୍ଦ୍ଧନଙ୍କ ଆଲୋଚନା କରି ଦାବି ଉଠାଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ରହିଥିବାରୁ ଏଠାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ସପକ୍ଷରେ ଚିଠି ଲେଖାଯାଇଥିଲା ହେଲେ ଇତିମଧ୍ୟରେ ଏକ ବର୍ଷରୁ ଅଧିକ ବିତିଯାଇଥିଲେ ମଧ୍ୟ ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ସଂପର୍କରେ କୌଣସି ହୋ ହଲ୍ଲା ନ ହେବା ସହ କେନ୍ଦ୍ର ସରକାର ଏକ ପ୍ରକାର ଚୁପ ରହିଯାଇଥିବା ବେଳେ ରାଜ୍ୟ ସରକାର ଏହାକୁ ନିଜ ଢଙ୍ଗରେ ଚଳାଇବା ପାଇଁ ପ୍ରାଥମିକ ନିର୍ଦ୍ଦେଶନାମା ଜାରି କରିଥିବାରୁ ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପ୍ରସଙ୍ଗର ଗୁରୁତ୍ୱତା ସ୍ୱତ୍ତପ୍ରଭୁତ ଭାବେ ଶୀତଳ ହୋଇଯାଉଥିବାର ସ୍ପଷ୍ଟ ହେଉଛି । ସୂଚନା ଯୋଗ୍ୟ, ରାଜ୍ୟ ସରକାର ଓ ଜିଲାବାସୀଙ୍କ ଦାବିକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଗତବର୍ଷ ଏକ ଉଚ୍ଚ କ୍ଷମତା ସଂପନ୍ନ ପ୍ରତିନିଧି ମଣ୍ଡଳୀ ସୁନ୍ଦରଗଡ଼କୁ ପଠାଇଥିଲେ । ଏହି ପ୍ରତିନିଧି ମଣ୍ଡଳୀ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଆବଶ୍ୟକ କରୁଥିବା ଭିତ୍ତିଭୂମି ଓ ସୁବିଧା ସୁଯୋଗର ଆକଳନ କରି କୁଆଡ଼େ ସାକାରାତ୍ମକ ରିପୋର୍ଟ ମଧ୍ୟ ଦେଇଥିଲେ ହେଲେ ହଠାତ ରାଜ୍ୟ ସରକାର ଏଭଳି ଏକ ନିର୍ଦ୍ଦେଶନାମା ଜାରି କରି ଏମ୍ସ ପ୍ରତିଷ୍ଠା ପ୍ରସଙ୍ଗକୁ ହାଲକା କରୁନାହାନ୍ତି ତ ? ବୋଲି ବିଭିନ୍ନ ମହଲରୁ ଚର୍ଚ୍ଚା ହେଉଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories