www.samajalive.in
Friday, December 12, 2025
16.1 C
Bhubaneswar

ଅଭ୍ୟାସଗତ ଅପରାଧୀଙ୍କୁ ଧରିବ ସ୍ବତନ୍ତ୍ର ଟିମ୍‌ ‘ସ୍ପେଶାଲ ୨୬’

ଭୁବନେଶ୍ୱର: ଗତ କିଛି ମାସ ହେବ ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ବଢୁଥିବା ଅପରାଧ କାରଣରୁ ଲୋକମାନେ ମଧ୍ୟ ଆତଙ୍କିତ ହେଉଛନ୍ତି। ଯାହାକି କମିସନରେଟ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ଛିନ୍‌ତାଇ, ଲୁଟ୍‌ ଓ ଡକାୟତି ଭଳି ଜଘନ୍ୟ ଅପରାଧ ଘଟାଉଥିବା ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ଡିସିପିଙ୍କ ନେତୃତ୍ବରେ ପ୍ରତ୍ୟେକ ଥାନାର ବଛା ବଛା ଅଧିକାରୀଙ୍କୁ ନେଇ ‘ସ୍ପେଶାଲ ୨୬’ ଟିମ୍‌ ଗଠନ ହୋଇଛି। ଅପରାଧୀଙ୍କୁ ଧରିବ ଏହି ସ୍ପେଶାଲ ଟିମ୍‌। ଆବଶ୍ୟକ ସ୍ଥଳେ ଏନକାଉଣ୍ଟର ମଧ୍ୟ କରାଯିବ ବୋଲି ଜଣାପଡ଼ିଛି। ସବୁ ଥାନା ମଧ୍ୟରେ ସମନ୍ବୟ ରକ୍ଷା ସହ ଏହି ସ୍ବତନ୍ତ୍ର ଟିମ୍‌ ଗୁପ୍ତ ଅଭିଯାନ ଜାରି ରଖିବ। ଯେଉଁମାନେ ନିୟମିତ ଅପରାଧ ଘଟାଉଛନ୍ତି ସେମାନଙ୍କ ପ୍ରତି କଠୋର ଦଣ୍ଡ ବିଧାନ ବ୍ୟବସ୍ଥା କରାଯିବ ବୋଲି ଡିସିପି ଡ. ଉମାଶଙ୍କର ଦାଶ କହିଛନ୍ତି।

ରାଜଧାନୀରେ ଅପରାଧ ନିୟନ୍ତ୍ରଣ ଲାଗି କମିସନରେଟ ପୁଲିସ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ପ୍ରତ୍ୟେକ ଥାନାରୁ ଅଭ୍ୟାସଗତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ ଚିହ୍ନଟ କରାଯାଇଛି। ଜମିନ୍‌ରେ ଆସିବା ପରେ ଅପରାଧୀଙ୍କ କାର୍ଯ୍ୟକଳାପ ଉପରେ ଏହି ଟିମ୍ ନଜର ରଖିବ। ଅପରାଧୀମାନେ ଅପରାଧ ଘଟାଇ ସହଜରେ ଫେରାର ହୋଇଯାଉଥିବାରୁ ଏହା କମିସନରେଟ ପୁଲିସର ଚିନ୍ତା ବଢ଼ାଇ ଦେଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories