www.samajalive.in
Monday, December 8, 2025
13.1 C
Bhubaneswar

ଜାକର୍ତ୍ତାରେ ଯୁବଶକ୍ତି

ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ଭାରତର ଯୁବ କ୍ରୀଡ଼ାବିତ୍‌ମାନେ ଯେପରି ସଫଳତା ଅର୍ଜନ କରିଛନ୍ତି, ତାହା ବେଶ୍ ଉଲ୍ଲେଖନୀୟ। ଓଡ଼ିଶା ପାଇଁ ମଧ୍ୟ ଏହା ଗୁରୁତ୍ବପୂର୍ଣ୍ଣ, କାରଣ କୋଡ଼ିଏ ବର୍ଷପରେ ଧାବିକା ଦୂତି ଚାନ୍ଦ (୨୨) ୧୦୦ ମିଟର ଦୌଡ଼ରେ ରୌପ୍ୟପଦକ ଜିଣି ଦେଶ ଓ ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି। ସେ ଅଳ୍ପକେ ସ୍ବର୍ଣ୍ଣପଦକରୁ ବଞ୍ଚିତ ହୋଇଛନ୍ତି। ରାଜ୍ୟ ସରକାର ତାଙ୍କପାଇଁ ଦେଢ଼କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି, ଯାହା ସ୍ବାଗତଯୋଗ୍ୟ। ଏହା ଅବଶ୍ୟ ତାଙ୍କୁ ଏବଂ ଅନ୍ୟ ଉଦୀୟମାନ କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହ ଦେବ ବୋଲି ଅାମେ ଆଶା କରିବା। ତେବେ ପରାକାଷ୍ଠା ପ୍ରଦର୍ଶନ ପରେ ପ୍ରୋତ୍ସାହିତ କରିବା ଯେତେ ଗୁରୁତ୍ବପୂର୍ଣ୍ଣ, ଗାଁଗହଳିରୁ ପ୍ରତିଭାଙ୍କୁ ଖୋଜି ବାହାର କରି ସେମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଓ ତାଲିମ ଦେବା ତା’ଠୁ ବେଶି ଜରୁରୀ। ସରକାର ସେଥିପାଇଁ ବିଧିବଦ୍ଧ ଭାବେ ଯୋଜନା ପ୍ରସ୍ତୁତ କରନ୍ତୁ।
ମଙ୍ଗଳବାର ବିଶ୍ବର ଏକ ନମ୍ବର ମହିଳା ବ୍ୟାଡ଼ମିଣ୍ଟନ ଖେଳାଳି ତାଇ ଜୁ ୟିଙ୍ଗ୍‌ଙ୍କଠାରୁ ପରାସ୍ତ ହୋଇଥିଲେ ହେଁ ଭାରତର ତାରକା ଖେଳାଳି ପି.ଭି. ସିନ୍ଧୁ (୨୩) ରୌପ୍ୟପଦକ ହାସଲ କରି ଇତିହାସ ରଚିଛନ୍ତି। ଏସୀୟ କ୍ରୀଡ଼ାରେ କୌଣସି ଭାରତୀୟ ବ୍ୟାଡ଼ମିଣ୍ଟନ ଖେଳାଳି ରୌପ୍ୟପଦକ ଜିତିବା ଏହା ପ୍ରଥମ। ଏମାନଙ୍କ ବ୍ୟତୀତ ଏ ପର୍ଯ୍ୟନ୍ତ ଅନ୍ୟ ଯୁବଖେଳାଳିମାନେ ମଧ୍ୟ ଅତି ଚମତ୍କାର ପ୍ରଦର୍ଶନ କରି ଦେଶର ମର୍ଯ୍ୟାଦା ବଢ଼ାଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଶୁଟିଂରେ ରୌପ୍ୟପଦକ ଜିଣିଥିବା ଶାର୍ଦୁଳ ବିହାନ (ବୟସ ମାତ୍ର ୧୫ ବର୍ଷ), ସେଇ ଶୁଟିଂରେ ଦୁଇଟି ସ୍ବର୍ଣ୍ଣପଦକ ଜିଣିଥିବା ସୌରଭ ଚୌଧୁରୀ (୧୬) ଓ ରୌପ୍ୟପଦକ ଜିଣିଥିବା ଲକ୍ଷ୍ୟ ସେଓରାନ (୧୯); ଜାଭେଲିନ୍‌ରେ ସ୍ବର୍ଣ୍ଣପଦକ ବିଜୟୀ ନୀରଜ ଚୋପ୍ରା (୨୦), ଭାରୋତ୍ତୋଳନରେ ବ୍ରୋଞ୍ଜ୍ ପଦକ ଜିତିଥିବା ଦିବ୍ୟ କାକରନ (୨୦); ଶଟ୍‌ପୁଟରେ ସ୍ବର୍ଣ୍ଣପଦକ ବିଜୟୀ ତେଜିନ୍ଦର ସିଂହ ଟୁର୍ (୨୩), ପୁରୁଷ ୪୦୦ ମିଟର ଦୌଡ଼ରେ ରୌପ୍ୟପଦକ ବିଜୟୀ ମହମ୍ମଦ ଆନାସ (୨୩) ପ୍ରମୁଖ। ଅନ୍ୟ ଯୁବ କ୍ରୀଡ଼ାବିତ୍‌ମାନେ ପଦକ ହାସଲ କରିନଥିଲେ ହେଁ ସେମାନଙ୍କ ଅଗ୍ରଗତି ବେଶ୍ ଉଲ୍ଲେଖଯୋଗ୍ୟ। ଆଗାମୀ ଅଲିମ୍ପିକ୍ କ୍ରୀଡ଼ା ମାତ୍ର ଦୁଇବର୍ଷ ବାକି ଥିବାବେଳେ ସେଥିପାଇଁ ଏହି ଯୁବପ୍ରତିଭାଙ୍କୁ ଉଚିତ ମାର୍ଗଦର୍ଶନ ଓ ସୁବିଧାସୁଯୋଗ ଦିଆଯିବା ଆବଶ୍ୟକ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories