www.samajalive.in
Saturday, December 6, 2025
26.1 C
Bhubaneswar

ଅକ୍ସିଜେନ କନସନଟ୍ରେଟର ବିସ୍ଫୋରଣ: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଜୟପୁର: ରାଜସ୍ଥାନର ଗଙ୍ଗାପୁର ସହରରେ ଏକ ଅକ୍ସିଜେନ କନସନଟ୍ରେଟର ବିସ୍ଫୋରଣ ହେବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ସ୍ୱାମୀ ଗୁରୁତର ହୋଇଛନ୍ତି। ଲାଇଟ୍ ଅନ୍ କରିବା ମାତ୍ରେ ଅକ୍ସିଜେନ କନସନଟ୍ରେଟର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। କୁହାଯାଉଛି ଯେ, ସେହି ମେସିନରୁ ଅକ୍ସିଜେନ ଲିକ୍ ହୋଇଥିଲା ଏବଂ ସୁଇଚ୍ ଅନ୍ ହେବା ମାତ୍ରେ ବିସ୍ଫୋରଣ ଘଟିଥିଲା। ଏହି ଘଟଣା ଗଙ୍ଗାପୁରର ଉଦାଇ ମୋର୍ ଅଞ୍ଚଳରେ ଘଟିଛି। କରୋନାରୁ ସୁସ୍ଥ ହୋଇଥିବା ଜଣେ ରୋଗୀଙ୍କ ଘରେ ଏହି ମେସିନ୍ ବ୍ୟବହାର କରାଯାଉଥିଲା।
ପୁଲିସର ସୂଚନା ଅନୁସାରେ, ଆଇଏଏସ୍ ହର ସହାୟ ମୀନାଙ୍କ ଭାଇ ସୁଲତାନ ସିଂହ କୋଭିଡ -୧୯ କାରଣରୁ ଗତ ଦୁଇ ମାସ ଧରି ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି କାରଣୁ ହସ୍ପିଟାଲ୍ରୁ ଫେରିବା ପରେ ତାଙ୍କ ଘରେ ଅକ୍ସିଜେନ୍ ବ୍ୟବସ୍ଥା କରାଯାଇଥିଲା ଏବଂ ସେ ଘରେ ରହି ଧୀରେ ଧୀରେ ସୁସ୍ଥ ହେଉଥିଲେ। ଏକ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଥିବା ସିଂହଙ୍କ ପତ୍ନୀ ସନ୍ତୋଷ ମୀନା ତାଙ୍କର ଦେଖାଶୁଣା କରୁଥିଲେ।

ଶନିବାର ସକାଳେ ସନ୍ତୋଷ ମୀନା ଲାଇଟ୍ ଅନ୍ କରିବା ମାତ୍ରେ ଅକ୍ସିଜେନ କନସନଟ୍ରେଟର ବିସ୍ଫୋରଣ ହୋଇଥିଲା ଏବଂ ସମ୍ପୂର୍ଣ୍ଣ ଘର ଜଳି ଉଠିଥିଲା। ବିସ୍ଫୋରଣ ଶବ୍ଦ ଶୁଣି ପଡ଼ୋଶୀ ଦୌଡ଼ି ଆସି ଦେଖିଲେ ଯେ ପତି ପତ୍ନୀ ନିଆଁରେ ଜଳି ଚିତ୍କାର କରୁଛନ୍ତି। ସେମାନେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ମାତ୍ର ରାସ୍ତାରେ ସନ୍ତୋଷ ମୀନାଙ୍କ ମୃତ୍ୟୁ ଘଟିଥିଲେ। ସୁଲତାନ ସିଂହଙ୍କୁ ଚିକିତ୍ସା ପାଇଁ ଜୟପୁରର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ଏବଂ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

- Advertisement -

ତେବେ ସୁଲତାନଙ୍କ ଦୁଇ ପୁଅ ଏହି ସମୟରେ ଘରେ ନଥିବାରୁ ତେଣୁ ସେମାନଙ୍କ ଜୀବନ ବଞ୍ଚିଯାଇଛି।

 

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories