www.samajalive.in
Saturday, December 13, 2025
21.1 C
Bhubaneswar

ଉଚ୍ଚନ୍ୟାୟାଳୟରେ ୨୩ ପର୍ଯ୍ୟନ୍ତ ଆଭାସିରେ ମାମଲାର ଶୁଣାଣି

କଟକ: ଉଚ୍ଚନ୍ୟାୟାଳୟରେ ଆଭାସି (ଭିଡିଓ କନଫରେନ୍ସିଂ) ବ୍ୟବସ୍ଥାରେ ମାମଲା ଶୁଣାଣି କରାଯିବା ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରହିବ ବୋଲି ସୂଚନା ମିଳିଛି। ‘କରୋନା’ ଭୂତାଣୁ ସଂକ୍ରମଣ ସ୍ଥିତିକୁ ନେଇ ଜୁଲାଇ ୧୫ରେ ରାଜ୍ୟ ସରକାର ଜାରି କରିଥିବା ନିର୍ଦେଶନାମାକୁ ବିଚାରକୁ ନେଇ ହାଇକୋର୍ଟ ପକ୍ଷରୁ କୋର୍ଟ କାର୍ଯ୍ୟ ସଂକ୍ରାନ୍ତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ଜୁଲାଇ ୧ର ବିଜ୍ଞପ୍ତି ଅନୁସାରେ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଆଭାସି ବ୍ୟବସ୍ଥାରେ ଉଚ୍ଚନ୍ୟାୟାଳୟରେ ମାମଲା ଶୁଣାଣି ଜାରି ରହିବ। ନୂଆ ମାମଲା ସହିତ କାଗଜପତ୍ର ଦାଖଲ ଡ୍ରପ୍ ବକ୍ସ, ଇ-ମେଲ୍ ବା ଇ-ଫାଇଲିଂ ପୋର୍ଟାଲରେ କରାଯାଇ ପାରିବ। ଦିନ ୧୦ଟା ୩୦ରୁ ୧୨ଟା ୩୦ ମିନିଟ ପର୍ଯ୍ୟନ୍ତ କପି ସେକ୍ସନ ନିକଟରେ ରଖାଯାଇଥିବା ଡ୍ରପ୍ ବକ୍ସରେ ନୂଆ ମାମଲା ଓ କାଗଜପତ୍ର ଦାଖଲ କରାଯାଇ ପାରିବ। ମାମଲା ତାଲିକାଭୁକ୍ତ ପାଇଁ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ମେନସନ୍ ମେମୋ ଦାଖଲ କରାଯାଇ ପାରିବ। ଜରୁରୀ ମାମଲା କ୍ଷେତ୍ରରେ ମୌଖିକ ଭାବେ ଆଭାସି ବ୍ୟବସ୍ଥାରେ ରେଜିଷ୍ଟ୍ରାର (ଜୁଡିସିଆଲ) ଓ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ନିକଟରେ ‌ମେନସନ୍ କରାଯାଇ ପାରିବ। ହାଇକୋର୍ଟ ପରିସରକୁ ପ୍ରବେଶ ଉପରେ କଟକଣା ରହିବ।

- Advertisement -

ଉଚ୍ଚନ୍ୟାୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କ ପ୍ରବେଶ ଉପରେ କଟକଣା ରହିବ; କିନ୍ତୁ ଆବେଦନରେ ଥିବା ତ୍ରୁଟି ଦୂର କରିବା ପାଇଁ କୋର୍ଟଙ୍କ ନିର୍ଦେଶରେ ଆଇନଜୀବୀମାନେ ହାଇକୋର୍ଟକୁ ଆସି ପାରିବେ। ସବୁ କର୍ମଚାରୀଙ୍କୁ ନେଇ ହାଇକୋର୍ଟ କାର୍ଯ୍ୟାଳୟ କାର୍ଯ୍ୟ କରିବ ଓ କର୍ମଚାରୀମାନେ ସେମାନଙ୍କ ପରିଚୟପତ୍ର ପାଖରେ ରଖିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories