www.samajalive.in
Sunday, December 14, 2025
19.1 C
Bhubaneswar

ସ୍ୱାମୀ ପରିତ୍ୟକ୍ତା ମହିଳା ଓ ଶିଶୁପୁତ୍ରକୁ ଉଦ୍ଧାର କରି ସ୍ୱଧାରରେ ଛାଡିଲା ସଖୀ ୱାନ ଷ୍ଟପ ସେଣ୍ଟର ଟିମ

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ଚାରିଛକ ଅବକାରୀ କାର୍ଯ୍ୟାଳୟ ନିକଟସ୍ଥ ବିଦେଶୀ ମଦ ଦୋକାନ ବାରଣ୍ଡାରେ ଦିନ କାଟୁଥିବା ସ୍ୱାମୀ ପରିତ୍ୟକ୍ତା ମହିଳା ଓ ତାଙ୍କର ୪ ବର୍ଷର ଶିଶୁ ପୁତ୍ରକୁ ବୌଦ୍ଧର ସଖୀ ୱାନ ଷ୍ଟପ ସେଣ୍ଟର ଟିମ ପକ୍ଷରୁ ଉଦ୍ଧାର କରାଯାଇଛି। ମିଳିଥିବା ସୁଚନା ମୁତାବକ ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର କଙ୍କଲା ଗ୍ରାମର ଭଟିଲି ଓରଫ ସାଇବାଣୀ ଭୋକ୍ତା (୩୫) କନ୍ଧମାଳ ଜିଲା ଫିରିଙ୍ଗିଆ ଅଞ୍ଚଳରେ ବିବାହ ହୋଇଥିଲା। ବର୍ତ୍ତମାନ ତାଙ୍କର ଏକ ୪ ବର୍ଷର ଶିଶୁ ପୁତ୍ର ଅଛି। କୌଣସି କାରଣରୁ ସାଇବାଣୀ ଶଶୁର ଘରୁ ପଲାଇଆସି ବାପା ଘରକୁ ମଧ୍ୟ ଯାଇନଥିଲା। ଦୀର୍ଘ ବର୍ଷ ହେବ ମହିଳା ଜଣକ ନିଜର ଶିଶୁପୁତ୍ରକୁ ଧରି ପ୍ରଥମେ ଚାରିଛକ ବଜାରରେ ଲୋକଙ୍କ ଦୋକାନ ବାରଣ୍ଡାରେ ରହିଆସୁଥିଲା। ମହିଳା ଜଣକ ନିଜର ଛୋଟ ଶିଶୁ ସହିତ ମାଗିଯାଚି ଚଳିଆସୁଥିବା ବେଳେ କିଛି ମାସ ହେବ ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରେ ଖୋଲିଥିବା ବିଦେଶୀ ମଦ ଦୋକାନ ବାରଣ୍ଡାରେ ରହିଆସୁଥିଲା।

ଏହି ଖବର ବୌଦ୍ଧ ସଖୀ ୱାନ ଷ୍ଟପ ସେଣ୍ଟର ନିକଟରେ ପହଞ୍ଚିବା ପରେ ଶିନିବାର ଦିନ ଉକ୍ତ ମହିଳାଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ବୁଟୁପାଲିସ୍ଥିତ ସ୍ୱଧାର ଆଶ୍ରମରେ ରଖାଯାଇଛି। ଜିଲା ପ୍ରଶାସନର ସହଯୋଗରେ ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସୁରକ୍ଷା ଅଧିକାରୀ ଶର୍ମିଷ୍ଠା ହୋତା, ସଖୀ ୱାନ ଷ୍ଟପ ସେଣ୍ଟରର ପରିଚାଳାକା ତଦସା ମାଝୀ, ଆଇନ ଉପଦେଷ୍ଟା ଯୁବ ଆଇନଜିବୀ ଅମ୍ରିତ ପ୍ରଧାନ, ଏଏନଏମ ବର୍ଷାରାଣୀ ନାଏକ, ତୋଫାନ ମହାରଥି ଓ ପ୍ରବିଜ୍ଞା ଦାସ ପ୍ରମୁଖ ଶନିବାର ଦିନ ମହିଳା ଓ ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲେ। ମହିଳା ଓ ଶିଶୁପୁତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସ୍ୱଧାର ଆଶ୍ରମରେ ଛଡାଯାଇଥିବା ଜଣାଯାଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories