www.samajalive.in
Wednesday, December 10, 2025
23.1 C
Bhubaneswar

୧୯ରୁ ଆଖଣ୍ଡଳମଣିଙ୍କ ଶ୍ରାବଣୀ ଯାତ୍ରା, ଲାଗି ହେବନି ବୋଲବମ ଭକ୍ତଙ୍କ ଜଳ

ଆରଡି: ଚଳିତବର୍ଷ କୋଭିଡ କଟକଣା ଯୋଗୁ ସାରା ରାଜ୍ୟରେ ଶୁଭିବନି କାଉଡିଆଭକ୍ତଙ୍କ ବୋଲବମ ହରହର ବୋମ ଧ୍ବନି। ଏଥିପାଇଁ ଏସ ଓପି ଜାରୀ କରିଛନ୍ତି ରାଜ୍ୟ ସରକାର। ଏପରି ନିର୍ଦଶ ପାଇବା ପରେ ଶୁକ୍ରବାର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କଟକଣା ଜାରୀ କରିଛନ୍ତି ଭଦ୍ରକ ଜିଲାପାଲ ଜ୍ଞାନ ଦାସ। ମଣିବିବାଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞିକା ଅନୁଯାୟୀ ଆସନ୍ତା ୧୯ରେ ଅର୍ଥାତ ସୋମବାର ଠାରୁ ଶ୍ରାବଣୀ ଜଳାଭିଷେକ ହେବ। ହେଲେ କୋଭିଡ କଟକଣା ଯୋଗୁ ଆଗନ୍ତୁକ କାଉଡିଆ ଭକ୍ତଙ୍କୁ ବାରଣ କରିଛି ପ୍ରଶାସନ। କେବଳ ସୀମିତ ସେବାୟତଙ୍କ ଦ୍ବାରା ସମସ୍ତ ନୀତିକାନ୍ତି ସମ୍ପନ୍ନ କରିବାକୁ ପରିମର୍ଶ ଦେଇଛନ୍ତି ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ। ଅନ୍ୟ ପଟେ ମନ୍ଦିର ପରିସରରେ ସମସ୍ତ ନୀତିକାନ୍ତି ଯେପରି ସୁଚାର ରୂପେ ସମାପନ ହେବ ସେଥିପାଇଁ ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇଙ୍କୁ ପରାମର୍ଶ ଦେଇଛନ୍ତି ଟ୍ରଷ୍ଟି ଶ୍ରୀ ସାମଲ।

- Advertisement -

ସେହିପରି କୋଭିଡ୍- ୧୯ ର ସଂକ୍ରମଣ କୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ବାବା ଆଖଣ୍ଡଳମଣି ପୀଠ ଆରଡ଼ି ସମେତ ସମସ୍ତ ଶୈବ୍ୟ ପୀଠ ରେ ଶ୍ରାବଣ ମାସର କାଉଡ଼ିଆ/ବୋଲବମ ଯାତ୍ରା ନିଷିଦ୍ଧ କରାଗଲା ବୋଲି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories