www.samajalive.in
Thursday, December 11, 2025
15.1 C
Bhubaneswar

ୟୁଜିସି ପକ୍ଷରୁ ଶିକ୍ଷାଦାନ ଓ ପରୀକ୍ଷା ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ଜାରି

ନୂଆଦିଲ୍ଲୀ : ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ(ୟୁଜିସି) କୋଭିଡ-୧୯ ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକର ଶିକ୍ଷାଦାନ ପ୍ରଣାଳୀ ଏବଂ ପରୀକ୍ଷା ସଂକ୍ରାନ୍ତରେ ନିର୍ଦ୍ଦେଶାବଳୀ ଜାରି କରିଛି।
୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଏହି ନିର୍ଦ୍ଦେଶାବଳୀ ଲାଗୁ ହେବ। ନୂଆ ନିର୍ଦ୍ଦେଶାବଳୀ ଅନୁସାରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଟର୍ମିନାଲ୍‍ ସେମିଷ୍ଟାର ଓ ଶେଷ ବର୍ଷ ପରୀକ୍ଷା ଉଭୟ ଅନ୍‍ଲାଇନ୍‍ କିମ୍ବା ଅଫ୍‍ ଲାଇନ୍‍ ଉପାୟରେ ଆସନ୍ତା ମାସ ୩୧ ତାରିଖ ପୂର୍ବରୁ ଶେଷ ହେବ। ପରୀକ୍ଷା ସମୟରେ କୋବିଡ ନିୟମାବଳୀ ଗୁଡ଼ିକର କଡ଼ାକଡ଼ି ପାଳନ କରାଯିବ। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଗତବର୍ଷ ସେପ୍ଟେମ୍ବର ମାସରେ ୟୁଜିସି ଜାରି କରିଥିବା ନିର୍ଦ୍ଦେଶାବଳୀର ନିୟମଗୁଡ଼ିକ ଲାଗୁ ହେବ। ଇଣ୍ଟରମିଡିଏଟ୍‍ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଚ୍ଚଶିକ୍ଷାନୁଷ୍ଠାନଗୁନିକ ସେମାନଙ୍କର ଶିକ୍ଷାଦାନ ଅନ୍‍ଲାଇନ, ଅଫଲାଇନ କିମ୍ବା ଉଭୟ ପଦ୍ଧତିରେ କୋଭିଡ ନିୟମାବଳୀ ସହ ଆରମ୍ଭ କରିପାରିବେ। ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ସିବିଏସ୍‍ଇ, ଆଇସିଏସ୍‍ଇ ଓ ରାଜ୍ୟ ବୋର୍ଡଗୁଡ଼ିକରେ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ୨୦୨୧- ୨୨ ଶିକ୍ଷାବର୍ଷ ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନମାନେ ସ୍ନାତକ ଶ୍ରେଣୀ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବେ। ସମସ୍ତ ସ୍କୁଲ ବୋର୍ଡ ଚଳିତ ମାସ ୩୧ ତାରିଖ ସୁଦ୍ଧା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିଦେବେ ବୋଲି ଆଶା କରାଯାଉଛି। ୨୦୨୧- ୨୨ ଶିକ୍ଷାବର୍ଷ ପାଇଁ ପ୍ରଥମ ବର୍ଷ ପାଠ୍ୟକ୍ରମ ନାମଲେଖା ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ମାସ ୩୦ ତାରିଖ ସୁଦ୍ଧା ସଂପୂର୍ଣ୍ଣ ହେବ। ଅକ୍ଟୋବର ପହିଲା ସୁଦ୍ଧା ଶିକ୍ଷାବର୍ଷ ଆରମ୍ଭ କରାଯିବାକୁ ନିର୍ଦ୍ଦେଶାବଳୀରେ କୁହାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories