www.samajalive.in
Saturday, December 13, 2025
26.1 C
Bhubaneswar

ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ଓ ୪ଦ୍ବାରର ସୌନ୍ଦର୍ୟ୍ୟକରଣ ପାଇଁ ପ୍ରକ୍ରିୟା ଆରମ୍ଭ

ଆରଡି : ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଭାବେ ମାନ୍ୟତା ପାଇଥିବା ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ଉନ୍ନତି ଓ ପୀଠର ସୌନ୍ଦର୍ୟ୍ୟକରଣ ପାଇଁ ଗତକାଲି ପୂର୍ଜାର୍ଚ୍ଚନା ଓ ବୈଷୟୀକ ଟିମ ପକ୍ଷରୁ ଗର୍ଭଗୃହର ଯାଞ୍ଚ କରାଯିବା ପରେ ଶନିବାର ମନ୍ଦିର ବେଢା ଓ ୪ଦ୍ବାରର ସୌନ୍ଦର୍ୟ୍ୟକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ବୁଲଡୋଜର ବୁଲିଛି। ପ୍ରଥମେ ମନ୍ଦିରର ପଶ୍ଚିମଦ୍ବାର ଗୁମୁଟକୁ ଭଙ୍ଗା ଯିବା ପରେ ମନ୍ଦିରର ପୁରାତନ ପ୍ରାଚେରୀକୁ ଭଙ୍ଗାଯିବ ବୋଲି ବୈଷୟୀକ ଟିମ କହିଛନ୍ତି।
ଏପରିକି ଦିନ ଓ ରାତିରେ ଅଧିକ ସଂଖ୍ୟକ କାରୀଗରୀ ନିୟୋଜିତ କରାଯାଇ କାର୍ୟ୍ୟ ଜାରୀ ରହିବ ବୋଲି ଉପଜିଲାପାଳ ପିତାମ୍ବର ସାମଲ ପ୍ରକାଶ କରିଛନ୍ତି। ବାବା ଆଖଣ୍ଡଳମଣିଙ୍କ ପୀଠକୁ ଦିନକୁଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପୀଠକୁ ସରସ ସୁନ୍ଦର କରିବା ପାଇଁ ଦୀର୍ଘ ବର୍ଷ ତଳେ ପ୍ରସ୍ତୁତ ହୋଇଥିବା ମାଷ୍ଟରପ୍ଲାନକୁ ରାଜ୍ୟ ସରକାର ମୋହର ମାରିବା ସହ ପ୍ରାଥମିକ ପର୍ଯ୍ୟାୟରେ ଯୋଗାଇ ଦେଇଛନ୍ତି ୬କୋଟି ଟଙ୍କା। ଯାହାର କାର୍ୟ୍ୟ ଆଜିଠାରୁ ଆରମ୍ଭ ହୋଇଛି। ବିଶେଷକରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ତଥା ମହାଶିବରାତ୍ରୀରେ ଲକ୍ଷାଧିକ ଭକ୍ତ ଏକକାଳିନ ଯେପରି ବାବାଙ୍କର ମନ୍ଦିର ଚୂଡାକୁ ଉଠୁଥିବା ମହାଦୀପର ଦର୍ଶନ ପାଇପାରିବେ ସେଥିପାଇଁ ମନ୍ଦିର ବେଢା ଓ ପୀଠର ମୁଖ୍ୟରାସ୍ତାକୁ ସମ୍ପ୍ରସାରଣ କରାଯାଉଛି। ତାହାସହ ପୀଠର ଶିବଗଙ୍ଗା ପୁଷ୍କରିଣୀର ସୌନ୍ଦର୍ୟ୍ୟକରଣ, କରାଯିବା ସହ ଅନେକ ଯୋଜନା କରାଯିବ ବୋଲି ସ୍ଥିର ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories