www.samajalive.in
Friday, December 12, 2025
23.1 C
Bhubaneswar

ଅଙ୍ଗନୱାଡ଼ି କର୍ମୀଙ୍କୁ କରୋନା କିଟ ପ୍ରଦାନ

ଚୌଦ୍ୱାର: କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବା ଓ ଲୋକମାନଙ୍କୁ ସଚେତନ କରାଉଥିବା ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରୋନାଯୋଦ୍ଧା ଭାବେ ସମ୍ମାନ ପ୍ରଦର୍ଶନ କରାଯାଇ ପୌରପାଳିକା ତରଫରୁ ସେମାନଙ୍କୁ କରୋନା କିଟ ପ୍ରଦାନ କରାଯାଇଛି। ପୌର ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍‍ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ପୌରପାଳିକାରେ କାର୍ଯ୍ୟରତ ୧୯ଗୋଟି ୱାର୍ଡର ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ମାନଙ୍କୁ ଅକ୍ସିମିଟର,ଥର୍ମୋମିଟର,ସାନିଟାଇଜର,ଗ୍ଲୋବ୍ସ,ଫେସ ମାସ୍କ ପ୍ରଭୁତି କରୋନା ସୁରକ୍ଷା ସାମଗ୍ରୀର କିଟ ବଣ୍ଟନ କରିଥିଲେ।କରୋନାର ଭୟାବହତା ଦୃଷ୍ଟିରୁ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷରେ ପୌରପାଳିକାର ସମସ୍ତ ଅଧିବାସୀଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯିବା ସ୍ଥିରିକୃତ ହୋଇଛି।

ଶୁକ୍ରବାରଦିନ ବିଧାୟକ ଶ୍ରୀ ବିଶ୍ୱାଳ ୭ନମ୍ବର ଓ ୧୬ ନମ୍ବର ୱାର୍ଡ଼ରେ ବୁଲି ଲୋକମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ପବିତ୍ର ବେହେରା, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ,ପୂର୍ବତନ ଉପାଧ୍ୟକ୍ଷ ଅଜୟ କୁମାର ବେହେରା, ପୂର୍ବତନ କାଉନସିଲର ଦିଲ୍ଲିପ କୁମାର ସାହୁଙ୍କ ସମେତ ସମସ୍ତ ପୌର କର୍ମଚାରୀ, ଅଙ୍ଗନୱାଡ଼ି କର୍ମୀ ଓ ଆଶାକର୍ମୀ ଯୋଗ ଦେଇଥିଲେ।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories