www.samajalive.in
Sunday, December 14, 2025
23.1 C
Bhubaneswar

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରେଙ୍ଗାଲିକେମ୍ପ : ଅତାବିରା ବ୍ଲକ ଜାଙ୍ଗେଦ ପଞ୍ଚାୟତ ଅନ୍ତର୍ଗତ ସୁଢାପାଲି ଗ୍ରାମରେ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

ଘଟଣା ସୂତ୍ରରୁ ପ୍ରକାଶ ଯେ, ଶିବାନନ୍ଦ ଛୁରିଆ (ଶିବୁ) କେନାଲକୁ ଗାଧୋଇବାକୁ ତାଙ୍କ ଗାଡ଼ି ନଂଓ ଡି ୧୭ ଜି ୬୬୭୦ ରେ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ସେ ଘରକୁ ଫେରି ନଥିଲେ। ଗ୍ରାମର କିଛି ଲୋକ ନିକଟସ୍ଥ ଜଙ୍ଗଲ  ମଇମୁଡ଼ାକୁ ଯାଇଥିଲେ। ସେଠାରେ ଶିବୁଙ୍କ ଗାଡ଼ିଟି ଗୋଟିଏ ମହୁଲ ଗଛ ତଳେ ଥିଲା ଓ ନିଜ ଲୁଙ୍ଗିରେ ବେକରେ ଫାଶୀ ଲାଗି ଶିବୁଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ। ଏହା ପରେ ଗ୍ରାମକୁ ଫେରିଆସି ଘଟଣାଟି କହିଥିଲେ।ଧୀରେ ଧୀରେ ଘଟଣାଟି ପ୍ରଚାର ହୋଇ ଚହଳ ସୃଷ୍ଟି କରିଥିଲା । ଏହି ଖବର ପାଇ ଅତାବିରା ଥାନା ଅଧିକାରୀ ଦିଲିପ୍ ବେହେରା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କଲା ପରେ ଆଜି ତାଙ୍କର ସତ୍କାର କରାଯାଇଥିଲା।

- Advertisement -

ପ୍ରକାଶ ଥାଉକି, ମୃତ ଶିବୁ ସୁଢାପାଳି ଗ୍ରାମର ହନୁମାନ ମନ୍ଦିର ନିକଟରେ ରହୁଥିବା ପଦ୍ମଲୋଚନ ଛୁରିଆଙ୍କ ଜ୍ୟେଷ୍ଠ ପୁତ୍ର। ସେ ଯୁକ୍ତ ତିନି ପାଠ ପଢା ଶେଷ କରି ଗାଆଁରେ ଅନ୍ୟ ଜଣେ ବ୍ୟକ୍ତିଙ୍କର ଧାନକଟା ମେସିନ ଚାଳକ ରୂପେ କାମ କରୁଥିଲେ। ତାଙ୍କୁ ବର୍ତ୍ତମାନ ୨୧ବର୍ଷ। ଗ୍ରାମବାସୀଙ୍କ କହିବା ଅନୁସାରେ ସେ ଜଣେ ଭଲ ପ୍ରକୃତିର ଯୁବକ ଥିଲେ। କିନ୍ତୁ କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ଏବେ ମଧ୍ୟ ସନ୍ଦେହ ଘେରରେ ରହିଛି। ଏ ନେଇ ପୋଲିସ ତଦନ୍ତ ଜାରି ରହିଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories