www.samajalive.in
Friday, December 5, 2025
26.1 C
Bhubaneswar

ବ୍ରାଜିଲ ରାଷ୍ଟ୍ରପତିଙ୍କର ୧୦ ଦିନ ହେବ ଥମୁନାହିଁ ହାକୁଟି: ଡାକ୍ତରଖାନାରେ ଭର୍ତ୍ତି, ହୋଇପାରେ ଅସ୍ତ୍ରୋପଚାର

ବ୍ରାସିଲିଆ: ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସୋନାରୋଙ୍କୁ ଗତ ୧୦ ଦିନ ହେବ ଲଗାତର ହାକୁଟି ଦେବାରୁ ବୁଧବାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅନ୍ତନଳୀରେ କିଛି ସମସ୍ୟା ଥିବାରୁ ଏଭଳି ହେଉଛି ଏବଂ ଏଥିପାଇଁ ଅସ୍ତ୍ରୋପଚାର କରିବାକୁ ପଡ଼ିପାରେ ବୋଲି ଡାକ୍ତର କହିଛନ୍ତି। କିନ୍ତୁ ପରେ ଡାକ୍ତର ତାଙ୍କର ତୁରନ୍ତ ଅସ୍ତ୍ରୋପଚାର କରିବାକୁ ମନା କରିଛନ୍ତି।

ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ୬୬ ବର୍ଷିୟ ବୋଲସୋନାରୋଙ୍କୁ ରାଜଧାନୀ ବ୍ରାସିଲିଆର ଆର୍ମଡ ଫୋର୍ସେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ଏବେ ତାଙ୍କ ସ୍ୱାସ୍ଥାବସ୍ଥା ଭଲ ଅଛି। ଡାକ୍ତର ତାଙ୍କ ହାକୁଟିର ଚିକିତ୍ସା କରୁଛନ୍ତି। ପରେ ଆଉ ଏକ ବୟାନ ଜାରି କୁହାଯାଇଛି ଯେ ୨୦୧୮ରେ ନିର୍ବାଚନ ପ୍ରଚାର ବେଳେ ବୋଲସୋନାରୋଙ୍କ ପେଟରେ ଆଘାତ ଲାଗିଥିଲା। ସେବେଠାରୁ ତାଙ୍କ ଚିକିତ୍ସା ଚାଲିଥିଲା। ଏବେ ସେହି ସମସ୍ୟା ଅଧିକ ବଢ଼ିଯାଇଛି।

- Advertisement -


ବୋଲସୋନାରୋ ନିଜ ଟ୍ଵିଟର ଆକାଉଣ୍ଟରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ଡାକ୍ତରଖାନା ଶଯ୍ୟାରେ ଶୋଇଛନ୍ତି। ନିକଟରେ ଜଣେ ବ୍ୟକ୍ତି ଠିଆ ହୋଇ ରାଷ୍ଟ୍ରପତିଙ୍କ କାନ୍ଧରେ ହାତ ରଖିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories