www.samajalive.in
Monday, December 8, 2025
24.1 C
Bhubaneswar

ନୂଆ ଛାତରୁ ଗଳୁଛି ପାଣି, ନଷ୍ଟ ହେଉଛି ଖାଦ୍ୟ ସାମଗ୍ରୀ

ହରଭଙ୍ଗା: ବିଭିନ୍ନ ସ୍ଥାନରେ ପୁରୁଣା ଅଙ୍ଗନଓାର୍ଡୀ ଘର ଭୁଶୁଡି ଶିଶୁ ମୃତ୍ୟୁ ଘଟଣା ପରେ ସରକାରଙ୍କ ନିଦଭାଙ୍ଗିଥିଲା।ଅଙ୍ଗନଓାର୍ଡୀ କେନ୍ଦ୍ର ଭିତିଭୂମି ସୁଦୃଢ ଦିଗରେ ସରକାରଙ୍କ ପକ୍ଷରୁ ନୂତନ କେନ୍ଦ୍ର କୋଠା ନିର୍ମାଣ ଭଳି ସ୍ୱାଗତ ଯୋଗ୍ୟ ପଦକ୍ଷେପ ଗ୍ରହଣ କରାଯାଇଥିଲା।ମାତ୍ର ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ଚନ୍ଦ୍ରଶେଖରପୁର ଅଙ୍ଗନଓାର୍ଡୀ କେନ୍ଦ୍ର ଘର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ଉଠୁଛି।ଫଳରେ ନୂଆ ଘର ଛାତରୁ ପାଣି ଗଳୁଥିବାରୁ ଶିଶୁଙ୍କ ପାଇଁ ଆସୁଥିବା ଶୁଖିଲା ଖାଦ୍ୟ ଅନ୍ୟାନ୍ୟ ସାମଗ୍ରୀ ପାଣିରେ ଭିଜି ନଷ୍ଟ ହେଉଥିବା ଖୋଦ ସ୍ଥାନୀୟ ଅଙ୍ଗନଓାର୍ଡୀ କର୍ମୀ ସରସ୍ୱତୀ କର୍ଣ୍ଣ ଅଭିଯୋଗ ଉଠାଇଛନ୍ତି।

- Advertisement -

ଏ ସର୍ମ୍ପକରେ ହରଭଙ୍ଗା ସିଡିପିଓଙ୍କୁ ମଧ୍ୟ ସେ ଜଣାଇଥିବା ଜଣାପଡିଛି। ୫ଲକ୍ଷଟଙ୍କା ବ୍ୟୟବରାଦରେ ନୂତନ ଅଙ୍ଗନଓାର୍ଡୀ ଘର ନିର୍ମାଣ କରାଯାଇଥିଲେ ସୁଦ୍ଧା ଛାତରୁ ପାଣି ଗଳିବା ଘଟଣା ନିମ୍ନମାନର କାର୍ଯ୍ୟକୁ ଅଙ୍ଗୁଳିନିର୍ଦ୍ଦେଶ କରୁଛି। ଏହା ସହିତ ଦାୟିତ୍ୱରେଥିବା ଯନ୍ତ୍ରୀଙ୍କ ଦାୟିତ୍ୱହୀନ କାର୍ଯ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତୁରନ୍ତ ଏ ଦିଗରେ ବ୍ଲକ ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ଉଠୁଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories