ନାଗପୁର: ଦୀର୍ଘ ୮ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ପୁଅ ଆଧାର କାର୍ଡ ଯୋଗୁଁ ଏବେ ପରିବାରକୁ ଫେରିପାରିଛି। ମଧ୍ୟପ୍ରଦେଶ ଜବଲପୁରର ମାନସିକ ବିକୃତ ପାଳକ ମହମ୍ମଦ ଅମିର ୨୦୧୨ରେ ନିଖୋଜ ହୋଇଯାଇଥିଲା। ମହାରାଷ୍ଟ୍ର ନାଗପୁରର ସମର୍ଥ ଦାମ୍ଲେଙ୍କ ପରିବାର ତାକୁ ଷ୍ଟେସନ୍ରୁ ପାଇବା ପରେ ଘରେ ନେଇ ଲାଳନପାଳନ କରୁଥିଲେ। ସେମାନେ ହିନ୍ଦୁ ହୋଇ ମଧ୍ୟ ଅମିରକୁ ଆଇନଗତ ଭାବେ ପୋଷ୍ୟ ସନ୍ତାନ କରି ନେଇଥିଲେ।
ନିକଟରେ ଅମିର ଦାମ ପରୀକ୍ଷା ଦେବା ପାଇଁ ଆଧାର କାର୍ଡ ପ୍ରସ୍ତୁତ କଲାବେଳେ ପୂର୍ବରୁ ଏହା ଜବଲପୁରଠାରେ ହୋଇସାରିଥିବା ଜଣାପଡ଼ିଥିଲା। ସେତେବେଳେ ଅମିର ଜବଲପୁରର ଆୟୁବ ଖାଁଙ୍କ ପୁଅ ବୋଲି ଆଧାର କାର୍ଡରୁ ସ୍ପଷ୍ଟ ହୋଇଥିଲା। ପରେ ଦାମ୍ଲେ ପରିବାର ଆୟୁବଙ୍କ ସହିତ ଯୋଗାଯୋଗ କରିବାରେ ସଫଳ ହୋଇଥିଲେ। ଉଭୟ ପରିବାର ମିଳିତ ହେବା ସହ ଗତ ସପ୍ତାହରେ ଦାମ୍ଲେ ପରିବାର ଆଇନଗତ ଭାବେ ଅମିରକୁ ତା’ ବାପା-ମାଆଙ୍କୁ ଫେରାଇ ଦେଇଛନ୍ତି।



