www.samajalive.in
Sunday, December 14, 2025
15.1 C
Bhubaneswar

କୁନି ହାତରେ ଗଢିଛି ମୁଁ କୁନି ରଥ, ବିଜେକର ହେ ଜଗତର ନାଥ

ଗୁଣୁପୁର : କୁନି କୁନି ହାତରେ ତୁମ ପାଇଁ ଗଢ଼ିଛି ନନ୍ଦିଘୋଷ ରଥ । ମୋ କୁନି ରଥରେ ଆସି ବିଜେ କରହେ ଜଗନ୍ନାଥ । ତୁମରି ଆଶୀର୍ବାଦରୁ ମୋ ବାପାଙ୍କ ଦୃଷ୍ଟିଶକ୍ତି ଫେରି ଆସିଥିଲା । ଆଉ ଆଜି ତୁମକୁ ଦେବା ପାଇଁ ମୋର କଣ ବା ଅଛି, ତେଣୁ ତୁମପାଇଁ ମଲାଟରେ ଗଢ଼ିଛି ତୁମ ପ୍ରିୟ ନନ୍ଦିଘୋଷ ରଥ । ମୋ କୁନି ରଥରେ ବିଜେ କର ମଣିମା ।

ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ଗୁଣୁପୁର ବାବୁଲି ନଗର ଅଞ୍ଚଳର । ଅଭିଜିତ ମହାପାତ୍ର ନାମକ ଜଣେ ସପ୍ତମ ଶ୍ରେଣୀ ଛାତ୍ର । ତାଙ୍କ ବାପା ଗୋପାଳ କୃଷ୍ଣ ମହାପାତ୍ର ବୃତ୍ତିରେ ଜଣେ ଶିକ୍ଷକ । ଦୀର୍ଘ ବର୍ଷ ଧରି ଆଖି ଜନିତ ସମସ୍ୟା ଯୋଗୁଁ ଦୃଷ୍ଟି ଶକ୍ତି ହରାଇଥିଲେ । ବିଭିନ୍ନ ଡାକ୍ତରଖାନାରେ ଯାଇ ଚିକିତ୍ସା କରାଇଥିଲେ ମଧ୍ୟ ସୁଫଳ ମିଳି ନ ଥିଲା । ବାପାଙ୍କ ଏଭଳି ସମସ୍ୟା ଦେଖି ମହାପ୍ରଭୁଙ୍କ ନିକଟରେ ଅଳି କରିଥିଲେ ଅଭିଜିତ । ଯଦି ବାପାଙ୍କ ଦୃଷ୍ଟିଶକ୍ତି ଫେରି ଆସିବ ତେବେ ଠାକୁରଙ୍କ ପାଇଁ ନନ୍ଦିଘୋଷ ରଥଟିଏ ନିର୍ମାଣ କରି ସେଥିରେ କାଳିଆକୁ ବସାଇ ରଥଯାତ୍ରା କରାଇବି । କାଳିଆ କୃପାରୁ ତାଙ୍କ ବାପାଙ୍କ ଦୃଷ୍ଟି ଶକ୍ତି ଫେରି ଆସିଥିଲା । ଆଉ ବିଭିନ୍ନ ମଲାଟ କାଗଜ ଓ ସୋଲ ବ୍ୟବହାର କରି କୁନି ରଥଟିଏ ନିର୍ମାଣ କରି ନିଜଘରେ ରଥଯାତ୍ରାର ନୀତିକାନ୍ତି ଅନୁଷ୍ଠିତ କରିଛନ୍ତି ଅଭିଜିତ । ନିଜ ହାତରେ ଅତି ସୁନ୍ଦର ଓ ଚମତ୍କାର ସୂକ୍ଷ୍ମ କାର୍ୟ୍ୟ ସମ୍ପାଦନ ସହ ବାଳୁତ କାଳରୁ ମହାପ୍ରଭୁଙ୍କ ପ୍ରତି ସମର୍ପଣ ଭାବକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories