www.samajalive.in
Thursday, December 11, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

-କରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନା- ୯୦ ଜିଲାରେ ୮୦% ସଂକ୍ରମଣ

-ମୋଟ ସଂକ୍ରମଣର ୩୩% ମହାରାଷ୍ଟ୍ର ଓ କେରଳର। ମହାରାଷ୍ଟ୍ର ଓ କେରଳରେ ପୁଣି ସଂକ୍ରମଣ ବଢ଼ିବା ଆରମ୍ଭ କରିଛି

- Advertisement -

-ଦେଶର ୬୬ଟି ଜିଲାରେ ସଂକ୍ରମଣ ହାର ୧୦% ଉପରେ ରହିଛି। ଓଡ଼ିଶାର ୨ଟି ଜିଲାରେ ସଂକ୍ରମଣ ହାର ୧୦% ଉପରେ ରହିଛି

-ଭୁବନେଶ୍ବରରେ ୧୦ବର୍ଷ ଭିତରେ ୭୧୨ ନାବାଳିକା ନିଖୋଜ। ନିଖୋଜ ନାବାଳିକାଙ୍କ ମଧ୍ୟରୁ ୨ ମାସ ଭିତରେ ୧୧୨ ଉଦ୍ଧାର। ନିଖୋଜ ନାବାଳିକାଙ୍କୁ ଉଦ୍ଧାର କଲା ମାଇନର କିଡନାପିଂ ରେସ୍କ୍ୟୁ ସେଲ

ଦେଶରେ ଅମ୍ଳଜାନ ଉପଲବ୍ଧତା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

-ବାମଦଳର ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରିବ କଂଗ୍ରେସ

ହରଭଙ୍ଗା ତହସିଲ ପକ୍ଷରୁ ମାଟ୍ରିକ ଟପ୍ପର ମଧୁସୂଦନଙ୍କୁ ପ୍ରଶଂସାପତ୍ର 

-ଢାକାରେ କଳକାରଖାନାରେ ଭୟାବହ ଅଗ୍ନିକାଣ୍ଡ ; ୪୦ ମୃତ

–ଆଜି ମହାପ୍ରଭୁଙ୍କ ନବଯୌବନ ବେଶ

–ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ, ବିଭିନ୍ନ ସ୍ଥାନରେ ପୁଣ୍ୟାତ୍ମା ଉତ୍କଳମଣିଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ

–ଜନ୍ମମାଟିରେ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ; ଭାର୍ଗବୀନଦୀରେ ତିଳତର୍ପଣ ଷଠିଘରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

–ଜୁଲାଇ ୩୧ ଭିତରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷାଫଳ। ଜୁଲାଇ ୩୧ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ନେଇ ଚେଷ୍ଟା କରୁଛୁ-ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

–ବାଲିପାଟଣା ଥାନା ଅଞ୍ଚଳରେ ନିର୍ଯାତନା ଘଟଣା-ନାବାଳିକାର ବାପା ଓ ସାବତ ମା’କୁ ଗିରଫ କଲା ପୁଲିସ।

–କଟକ ମଧ୍ୟସ୍ଥତା କେନ୍ଦ୍ରାରେ ସାଂସଦ ଅନୁଭବ-ଅଭିନେତ୍ରୀ ବର୍ଷା। ଆସନ୍ତା ୧୪ରେ ପୁଣି ମଧ୍ୟସ୍ଥତା କେନ୍ଦ୍ରକୁ ଆସିବାକୁ ଦିନ ଧାର୍ଯ୍ୟ

–ଟୋକିଓ ଅଲିମ୍ପିକ୍ସ ନେଇ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

–୧୫ତାରିଖ ପରେ ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ ହେବ। ଯେଉଁ ଜିଲାରେ ଯେଉଁ ଟିକା ଦିଆଯାଉଛି, ସେହି ଜିଲାରେ ସେହି ଟିକା ଦିଆଯିବ-ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା

–୫ ସାଇବର ଠକଙ୍କୁ ଗିରଫ କଲା ହାଇଦ୍ରାବାଦ ପୁଲିସ। ୩୦ଲକ୍ଷ ଲୁଟ ଅଭିଯୋଗରେ ଭୁବଶ୍ବେରରୁ ଗିରଫ

–ସବୁଠାରୁ ଅଧିକ ସଂକ୍ରାମକ ହୋଇଥିବା କୋଭିଡ-୧୯ର ଡେଲଟା ପ୍ରକରଣ ନିମନ୍ତେ ଟିକାର ତୃତୀୟ ପାନ ଅନୁରୂପ ଭାବରେ ଫଳପ୍ରଦ ହୋଇପାରିବ

–ଡେଲଟା ପ୍ରକରଣ ଖୁବଶୀଘ୍ର ବିଶ୍ୱସ୍ତରରେ ନିଜର ପ୍ରଭାବ ବିସ୍ତାର କରିବାକୁ ଯାଉଥିବାରୁ ସେଥିପାଇଁ ତୃତୀୟ ପାନ ଟିକା ଉପଯୋଗୀ ହୋଇପାରିବ

–ବାଙ୍ଗଲାଦେଶର ରାଜଧାନୀ ଢାକା ଅଞ୍ଚଳରେ ଏକ କଳକାରଖାନାରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଲୋକେ ଗୁରୁତର ଆହତ

–ରାଉରକେଲାରେ ସମାଜ ପରିବାର ପକ୍ଷରୁ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀ

–ଦେଶରେ ୪୩,୩୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଦୈନିକ ସଂକ୍ରମଣ ହାର ୨.୪୨%

–ଗୋଟିଏ ଦିନ ମଧ୍ୟରେ ଆଉ ୪୪,୪୫୯ ଜଣ ସଂକ୍ରମିତ ସୁସ୍ଥ ; ମୋଟ ୨,୯୮,୮୮,୨୮୪ ଜଣ କରୋନାରୁ ସୁସ୍ଥ

–ମୋଟ ୪୨.୭୦ କୋଟି ନମୁନା ପରୀକ୍ଷା, ସାପ୍ତାହିକ ସଂକ୍ରମଣ ହାର ୨.୩୬%, ୪,୫୮,୭୨୭ ଜଣ ସକ୍ରିୟ ସଂକ୍ରମିତ

–ରାଜ୍ୟରେ ବଢିଚାଲିଛି କରୋନା ମୃତ୍ୟୁ; ଦିନକରେ ୬୧ ମୃତ; ଖୋର୍ଦ୍ଧାରୁ ସର୍ବାଧିକ ୧୧

–କୋଭିଡ ସଂକ୍ରମଣ ରାଜ୍ୟରେ ପୁଣି ଉପରମୁହାଁ, ୨୪ ଘଣ୍ଟାରେ ୨୮୦୬ ଚିହ୍ନଟ ;

-ସଂକ୍ରମଣ ହାର ୫୭%କୁ ବୃଦ୍ଧି, ସଂଗରୋଧରୁ ୧୬୧୩ ଏବଂ ସ୍ଥାନୀୟ ସଂକ୍ରମିତ ୧୧୯୩

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories