www.samajalive.in
Wednesday, December 10, 2025
18.1 C
Bhubaneswar

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନିତୀ ଅଭିଯୋଗ, ବିଜେପି ପକ୍ଷରୁ ପିପିଲି ବ୍ଲକ ସମ୍ମୁଖରେ ଧାରଣା

ପିପିଲି:ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଜେପି ପକ୍ଷରୁ ପିପିଲି ବ୍ଲକ ସମ୍ମୁଖରେ ଶୁକ୍ରବାର ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନିତୀର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ପୁରୀ ଜିଲା ବିଜେପି ସଭାପତି ଆଶ୍ରୀତ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନେ ଶୁକ୍ରବାର ପୂର୍ବାହ୍ନ ୧୧ଟାରୁ ୨ଘଣ୍ଟାକାଳ ପିପିଲି ବ୍ଲକକୁ ଘେରାଓ କରିବା ସହ ମୁଖ୍ୟଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‍ ଦିଆଯାଇ ଅନେକ ଅଯୋଗ୍ୟଙ୍କୁ ଯୋଜନାରେ ସାମିଲ କରାଯାଇଥିବା ସଂପର୍କରେ ଶ୍ରୀପଟ୍ଟନାୟକ ଗୁରୁତର ଅଭିଯୋଗ କରିବା ସହ ଏବେବି ପିପିଲି ବ୍ଲକ ଅଞ୍ଚଳର ପ୍ରତ୍ୟେକ ଗ୍ରାମରେ ଶହଶହ ଯୋଗ୍ୟ ହିତାଧିକାରୀ ଚାଳ ଓ ଆଜବେଷ୍ଟସ ଘରେ ରହୁଛନ୍ତି ବୋଲି କହିଥିଲେ। ୨୦୨୨ ସୁଦ୍ଧା ଦେଶର ସମସ୍ତ ଗରିବଙ୍କ ମୁଣ୍ଡ ଉପରେ ପକ୍କାଛାତ ଥିବ, ମଣିଷ ଭଳି ମଣିଷ ହୋଇ ବଞ୍ôଚବା ପାଇଁ ସମସ୍ତ ସାଧନ ସହ ପକ୍କାଘର ଟିଏ ଥିବାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ରହିଛି ବୋଲି ଶ୍ରୀପଟ୍ଟନାୟକ ସୂଚନା ଦେବା ସହ ନୂତନ ଭାବେ ଆସିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବାଦ୍‍ନପଡନ୍ତି ସେଥିପାଇଁ ଦାବି କରିଥିଲେ।

 

- Advertisement -

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରି ଜନମଙ୍ଗଳ ଯୋଜନାରେ ଦୁର୍ନିତୀ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ରକୁ ପିପିଲି ବିଡିଓ ରଶ୍ମିତା ନାଥଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ଜିଲା ସାଧାରଣ ସଂପାଦକ ଜନ୍ମେଜୟ ଜେନା, ଜିଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର, ପ୍ରଦୀପ ପାତ୍ର, ସୁଧୀର ବିଶ୍ୱାଳ, ସରପଞ୍ଚ ଶୁଭାଶିଷ ରଥ, ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ସାହୁ, ବରିଷ୍ଠନେତା ଅଲ୍ଲୀ ବାବୁଲା, ସୁକାନ୍ତ କୁମାର ଦାଶ, ବଳରାମ ବେହେରା, ଯୁବମୋର୍ଚ୍ଚା ସଭାପତି ଦେବୀପ୍ରସାଦ ମଲ୍ଲିକ, ମିଡିଆସେଲ୍‍ ଅଧ୍ୟକ୍ଷ ଗଦାଧର ପରିଡା, ଯୁବନେତା ବିଭୂତି ଭୂଷଣ ନାଥ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories