ମୁମ୍ବଇ: ଲୋକପ୍ରିୟ ରିଆଲିଟି ଶୋ ‘ବିଗ୍ ବସ୍’ର ଆଗାମୀ ସିଜନର ପ୍ରଥମ ୬ ସପ୍ତାହ ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେବ। ଏହାପରେ ଏହାକୁ ଟିଭିରେ ଦେଖିବାକୁ ମିଳିବ। ଏହାସହିତ ଶୋ’ର ନୂଆ ସିଜନର ନାଁରେ ପରିବର୍ତ୍ତନ କରାଯାଇ ‘ବିଗ୍ ବସ୍ ଓଟିଟି’ ରଖାଯାଇଛି। ଖୁବଶୀଘ୍ର ଦର୍ଶକଙ୍କ ପାଖରେ ପହଞ୍ଚିବ ‘ବିଗ୍ ବସ୍ ଓଟିଟି’।
‘ବିଗ୍ ବସ୍ ଓଟିଟି’କୁ ଦର୍ଶକ ଭୁଟ୍ ରେ ଉପଭୋଗ କରିପାରିବେ। ଏଥର ଶୋ’ରେ କିଛିଟା ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି।



