www.samajalive.in
Saturday, December 6, 2025
23.1 C
Bhubaneswar

କୁଆଁପାଳଠାରେ ତ୍ୟାଗ ଓ ସେବାର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

କୁଆଁପାଳ : ଓଡ଼ିଆ ଜାତିର ମହାନ ଜନ ନାୟକ ଦେଶ ଭକ୍ତ, ତ୍ୟାଗ ଓ ସେବାରମୁକ୍ତି ମନ୍ତ ପ୍ରତୀକ ତଥା ସମାଜ ର ପ୍ରତିଷ୍ଠାତା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୩ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଆଜି ସକାଳେ ମାହାଙ୍ଗା ବ୍ଲକ ମୁଖ୍ୟାଳୟ କୁଆଁପାଳ ଠାରେ ଅନୁଷ୍ଠିତ ହୋଇଯାଇଛି । ସେକ ମତଲୁବ ଅଲି ସ୍ମୃତି ସଂସଦ ଆନୁକୂଲ୍ୟରେ ସଂସଦର ସଭାପତି ଆଇନଜୀବୀ ଦୀପକ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ଓଡ଼ିଆ ସାହିତ୍ୟ ଓ ସେବା କ୍ଷେତ୍ରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅବଦାନ ଆମମାନଙ୍କ ପାଇଁ ଚିରଅବିସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିବାସହ ଟଙ୍କା ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
ଏଥିରେ ସାମ୍ବାଦିକ ଲଷ୍ମୀଧର ଖୁଣ୍ଟିଆ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମେଶ ସାହୁ, ସାମ୍ବାଦିକ ଦୀପକ ସାହୁ ରମେଶ ସାହୁ, ଅଶୋକ ଦାସ, ଅମୀୟ ନାୟକ, ତାପସ ବିଶ୍ୱାଳ, କୁଆଁପାଳ ଟାଇଗର କ୍ଲବର ସମ୍ପାଦକ ରବି ଦାସ, ସମାଜସେବୀ ପତିତପାବନ ବଳ,ପଣ୍ଡିତ ପ୍ରଭାତ କର, ରବିନାରାୟଣ ସାହୁ, ବିଜୟ ବେହେରା, ଅରୂପ ବିଶ୍ୱାଳ ସୁକାନ୍ତ ନନ୍ଦ, ସଂଗ୍ରାମ ସାମଲ, ପୂର୍ଣଚନ୍ଦ୍ର ସେଠି, ନଳିନୀକାନ୍ତ ନାୟକ,ପ୍ରତାପ ନାୟକ, ଦୀପକ ନାୟକ ପ୍ରମୁଖ ଯୋଗଦେଇ ଏହି ମହାନ ଜନ ନାୟକ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories