ଶୁକ୍ରବାର ରାଶିଫଳ (୦୯/୦୭/୨୦୨୧) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Jul 9, 2021 Share ମେଷ : ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିଭିନ୍ନ ସ୍ତରରେ ସ୍ବ-ଅର୍ଜିତ ସୁକର୍ମ ପାଇଁ ସମ୍ମାନିତ ହେବେ। ଲୋକମାନଙ୍କର ପ୍ରିୟପାତ୍ର ହେବେ। ଲେଖାପଢ଼ାରେ କୀର୍ତ୍ତିମାନ୍ ହେବେ। ଅଶ୍ବିନୀ ଓ କୃର୍ତ୍ତିକା ନକ୍ଷତ୍ରର ସାମାନ୍ୟ ଶୁଭ ଫଳ। ବୃଷ : ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତି ଲୋଭୀ ହୋଇପାରନ୍ତି। ଯାନବାହନ ଯୁକ୍ତ ହେବା ଆଶା କରାଯାଏ। ଉତ୍ତମ ରମଣୀଯୁକ୍ତ ଓ ଯଶସ୍ବୀ ହେବେ। ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। କୃର୍ତ୍ତିକା, ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତି ଲୋଭୀ ହୋଇପାରନ୍ତି। ମିଥୁନ : ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତି ନିଜର ସୁକର୍ମ ପାଇଁ ଆତ୍ମ ସନ୍ତୋଷ ଲାଭ କରିବେ। ସରକାରୀ ପରାମର୍ଶଦାତା ହେବେ। ସୁକୃତ ସମ୍ପନ୍ନ ହୋଇ ପାରନ୍ତି। ଶାସ୍ତ୍ରଜ୍ଞ ହେବେ। ମୃଗଶିରା ଓ ପୁନର୍ବସୁର ସାମାନ୍ୟ ଶୁଭଫଳ ମିଳିବ। କର୍କଟ : ପୁଷ୍ୟା ଓ ଅଶ୍ଲେଷା ନକ୍ଷତ୍ରଜାତ ବ୍ୟକ୍ତି ଭୋଗ ବିଳାସ କରିପାରନ୍ତି। ଧନଲାଭକାରୀ ହେବେ। ବିନୀତ ସ୍ବଭାବର ହୋଇପାରନ୍ତି। ଗୁଣବାନ୍ ଓ ବହୁବିଧ ପାରଙ୍ଗମ ହେବେ। ପୁନର୍ବସୁର ସାମାନ୍ୟ ଶୁଭଫଳ ମିଳିବ। ସିଂହ : ପୂର୍ବାଫାଲ୍ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ସଦା ସମୃଦ୍ଧ ରହିବେ। ନିଧିପ୍ରାପ୍ତର ସୂଚନା ମିଳୁଛି। ଦେବାଶ୍ରିତ ହୋଇପାରନ୍ତି। ବହୁ ବନ୍ଧୁଙ୍କ ଦ୍ବାରା ଉପକୃତ ହୋଇପାରନ୍ତି। ମଘା ଓ ଉତ୍ତର ଫାଲ୍ଗୁନୀର ସାମାନ୍ୟ ଶୁଭ। କନ୍ୟା : ହସ୍ତା ନକ୍ଷତ୍ରଜାତ ବ୍ୟକ୍ତି ଦାନକୁ ବ୍ରତଭାବେ ଗ୍ରହଣ କରିପାରନ୍ତି। ବିଜ୍ଞବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଉତ୍ତରା ଫାଲ୍ଗୁନୀ, ଚିତ୍ରା ନକ୍ଷତ୍ରର ସାମାନ୍ୟ ଶୁଭ। Related Posts ଖେଳୁଥିବାବେଳେ ବୋମାକୁ ବଲ ଭାବି ଉଠାଇଲେ ପିଲା,… May 6, 2024 କଂଗ୍ରେସକୁ ଝଟ୍କା; ଦଳ ଛାଡ଼ିଲେ ବିଜୟ… May 6, 2024 ତୁଳା : ସ୍ବାତୀ ନକ୍ଷତ୍ରଜାତ ବ୍ୟକ୍ତି ଜଣେ ବିଜୟୀ ମହାପୁରୁଷ ଭାବେ ଲୋକ ପୂଜା ହେବାର ସୌଭାଗ୍ୟ ଅଛି। ପ୍ରବଳ ପ୍ରତାପୀ ହେବେ। ସନ୍ମାର୍ଗୀ ହୋଇପାରନ୍ତି। ବିଶାଖା ଓ ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତିର ସାମାନ୍ୟ ସୌଭାଗ୍ୟ ଅଛି। ବିଛା : ଅନୁରାଧା ଓ କୋଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି ରାଜପୂଜିତ ହୋଇପାରନ୍ତି। ଯାନବାହନ ଯୁକ୍ତ ହେବେ। ଆଶା କରାଯାଏ ପରାକ୍ରମଶାଳୀ ହେବେ। ବହୁଜନ ପୋଷକ ହୋଇପାରନ୍ତି। ବିଶାଖା ନକ୍ଷତ୍ରର ଧନକ୍ଷୟ ହେବ। ଧନୁ : ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ ସୁଖସନ୍ତୋଷ ମିଳିବ। ଶତ୍ରୁ ବିଜୟୀ ହେବେ। କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ନୀତିନିଷ୍ଠ ହେବେ। କାର୍ଯ୍ୟକ୍ଷେତ୍ରକୁ ଶୃଙ୍ଖଳିତ କରିପାରନ୍ତି। ମୂଳା ଓ ଉତ୍ତରାଷାଢ଼ାର ସାମାନ୍ୟ ଫଳ। ମକର : ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ବନ୍ଧୁମିଳନ ଘଟିବ। ହର୍ଷାନ୍ବିତ ହେବେ। ଭାଷା ଓ ବ୍ୟବହାର ଶୁଦ୍ଧପୁତ ହେବେ। ଧନଶାଳୀ ହୋଇପାରନ୍ତି। ଧନିଷ୍ଠା ଓ ଉତ୍ତରାଷାଢ଼ାର ସାମାନ୍ୟ ଶୁଭ ଫଳ ମଳିବ। କୁମ୍ଭ : ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତି ସନ୍ମାର୍ଗୀ ହେବେ। ଅନ୍ୟାୟ ବିରୋଧରେ ଉଚିତ୍ ପଦକ୍ଷେପ ନେଇପାରନ୍ତି। ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ଧନିଷ୍ଠା ଓ ପୂର୍ବାଭାଦ୍ରର ସାମାନ୍ୟ ଶୁଭଫଳ। ମୀନ : ଉତ୍ତରଭାଦ୍ର ପଦ ଓ ରେବତୀ ନକ୍ଷତ୍ରଜାତ ବ୍ୟକ୍ତି ପ୍ରଭୃତ ବିତ୍ତର ଅଧିକାରୀ ହୋଇପାରନ୍ତି। ସାହସୀ ହୋଇପାରନ୍ତି। କୁଶଳୀ ହେବେ। ବାଞ୍ଛିତ କାର୍ଯ୍ୟକରିପାରନ୍ତି। ପୂର୍ବଭାଦ୍ର ପଦର ସାମାନ୍ୟ ଶୁଭଫଳ ମିଳିବ। Horoscope 9th July 2021odia news Share FacebookTwitterWhatsApp
Comments are closed.