www.samajalive.in
Saturday, December 13, 2025
26.1 C
Bhubaneswar

୮୬ ବର୍ଷରେ ଦଲାଇ ଲାମା, କହିଲେ ପ୍ରାଚୀନ ଭାରତୀୟ ଜ୍ଞାନକୁ ପୁନର୍ଜୀବିତ କରିବାକୁ ପ୍ରତିଶ୍ରୁତିବଦ୍ଧ

ତିବ୍ଦତୀୟ ଆଧ୍ୟାତ୍ମିକ ନେତା ଦଳାଇଲାମ ଆଜି ୮୬ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ଦଲାଇ ଲାମା କହିଛନ୍ତି ଯେ ସେ ଭାରତର ସ୍ୱାଧୀନତା ଏବଂ ଧାର୍ମିକ ଏକତାରୁ ଅନେକ କିଛି ଶିକ୍ଷା କରିଛନ୍ତି ଏବଂ ପ୍ରାଚୀନ ଭାରତୀୟ ଜ୍ଞାନକୁ ପୁନର୍ଜୀବିତ କରିବାକୁ ପ୍ରତିଶ୍ରୁତିବଦ୍ଧ। ସେ ତାଙ୍କ ବାସଭବନରୁ ଭର୍ଚୁଆଲ୍ ମାଧ୍ୟମରେ ତାଙ୍କୁ ତାଙ୍କ ଜନ୍ମଦିନରେ ଅଭିବାଦନ ଜଣାଇଥିବା ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି ଯେ ସେ ମାନବିକତାର ସେବା କରିବେ ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବେ।

- Advertisement -

ସେ କହିଛନ୍ତି, ଯେହେତୁ ମୁଁ ଏକ ଶରଣାର୍ଥୀ ହୋଇ ଭାରତରେ ରହିଥିଲି, ମୁଁ ଭାରତର ସ୍ୱାଧୀନତା ଏବଂ ଧାର୍ମିକ ସମନ୍ୱୟର ସଜ୍ଞା ବୁଝିପାରିଛି। ସେ ନିଶ୍ଚିତ କରିଛନ୍ତି ଯେ ସେ ଜୀବନସାରା ପ୍ରାଚୀନ ଭାରତୀୟ ଜ୍ଞାନକୁ ପୁନର୍ଜୀବିତ କରିବାକୁ ପ୍ରତିଶ୍ରୁତିବଦ୍ଧ। ସେ ଭାରତର ଧର୍ମନିରପେକ୍ଷ ମୂଲ୍ୟବୋଧକୁ ପ୍ରଶଂସା କରି କହିଛନ୍ତି ଯେ ଏହା ଧର୍ମ ଉପରେ ନିର୍ଭରଶୀଳ ନୁହେଁ, ଏହା ସଚ୍ଚୋଟତା, କରୁଣା ଏବଂ ଅହିଂସା ଭଳି ଅନନ୍ୟ। ଦଲାଇ ଲାମା ଲୋକମାନଙ୍କୁ ଅହିଂସା ଭାବ ଆପଣେଇବାକୁ ଏବଂ ପରସ୍ପର ପ୍ରତି ଦୟା ମନୋଭାବ ରଖିବାକୁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାମହିମ ଦଲାଇ ଲାମାଙ୍କୁ ତାଙ୍କ ଜନ୍ମ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସମଗ୍ର ବିଶ୍ୱରେ ପ୍ରେମ, କରୁଣା ଏବଂ ଶୁଭେଚ୍ଛାର ପ୍ରସାର ନିମନ୍ତେ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories