www.samajalive.in
Wednesday, December 10, 2025
16.1 C
Bhubaneswar

୧ ଲକ୍ଷ ୪୦ ହଜାରର ଆଇ-ଫୋନ ନେଇ ଯୁବତୀ ଫେରାର

ଆଜି ଭୁବନେଶ୍ୱର ସହିଦ ନଗର ସ୍ଥିତ ଏକ ମୋବାଇଲ ଦୋକାନରୁ ଜଣେ ଯୁବତୀ ୧ ଲକ୍ଷ ୪୦ ହଜାର ଟଙ୍କାର ଆଇ-ଫୋନ ନେଇ ଫେରାର ମାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାରୁ ଜଣାପଡିଛି ଯେ ଆଜି ସକାଳ ପ୍ରାୟ ୧୧ଟା ସମୟରେ ଜଣେ ଆଧୁନିକା ବେଶଭୂଷାରେ ଥିବା ଯୁବତୀ ସ୍ଥାନୀୟ ସହିଦନଗର ସ୍ଥିତ ‘ଭିଭୋ’ ମୋବାଇଲ ଷ୍ଟୋରକୁ ଆସିଥିଲେ ଓ ଦାମୀ ମୋବାଇଲ ଦେଖାଇବାକୁ କହିଥିଲେ। ସମ୍ପୃକ୍ତ ଯୁବତୀ ଜଣକ ଏଲ କାରରେ ଆସିଥଲେ ଏବଂ ତାଙ୍କ ହାତରେ ୪ଟି ଦାମୀ ମୋବାଇଲ ମଧ୍ୟ ଥିଲା। ତେଣୁ ଦୋକାନୀ ମାଲିକ କାଳ ବିଳମ୍ବ ନ କରି ଯୁବତୀଙ୍କୁ ମୋବାଇଲ ଦେଖାଇଥିଲେ।

ଦୋକାନୀଙ୍କ ପାଖରେ ମୋବାଇଲ ନ ଥିବାରୁ ଯୁବତୀଙ୍କ କଥାବାର୍ତ୍ତା ଓ ପରିପାଟୀ ଦେଖି ସେ ସଂଗେ ସଂଗେ ଆଇ-ଫୋନ ମାଗି ଦେଇଥିଲେ। ଯୁବତୀ ଜଣକ ମଧ୍ୟ ଦୋକାନରେ ଅପେକ୍ଷା କରିଥିଲା। ମୋବାଇଲ ଆସିବା ପରେ ଯୁବତୀଙ୍କ କହିବା ଅନୁଯାୟୀ ତାଙ୍କ ବାପାଙ୍କ ନାଁରେ ବିଲ କରାଯାଇଥିଲା। ସେତେବେଳ ପର୍ଯ୍ୟନ୍ତ ଯୁବତୀ ଜଣକ ପାଖରେ ପଇସା ଅଛି କି ନାହିଁ, ଜଣାପଡ଼ିନଥିଲା କିନ୍ତୁ ଯେତେବେଳେ ଦୋକାନୀ ତାଙ୍କୁ ପଇସା ମାଗିଲେ, ଯୁବତୀ ଜଣକ ତାଙ୍କ ଏଟିଏମ କାର୍ଡ ଖରାପ ହୋଇଯାଇଥିବା କହିବା ସହ ତାଙ୍କ ସହ ତାଙ୍କ ଘରକୁ ସେହି ଦୋକାନର ଜଣେ ପିଲାଙ୍କୁ ପଠାଇବାକୁ କହିଥିଲେ। ଘରେ ବାପାଙ୍କ କାର୍ଡରୁ ସ୍ବାଇପ ମେସିନରେ ପଇସା ଦେବେ ବୋଲି କହିବା ପରେ ଦୋକାନର ଜଣେ ସେଲସ ବଏ ତାଙ୍କ ସହ କାରରେ ଯାଇଥିଲେ।

- Advertisement -

ପରେ ଯୁବତୀ ଜଣକ ସହିଦନଗରର ପେଟ୍ରୋଲ ଟାଙ୍କି ପାଖରେ କାର ରଖି ସେଲସ ବଏକୁ ୧୦୦ ଟଙ୍କାରେ ତେଲ ଆଣିବାକୁ କହିଥିଲେ। ସେହି ପିଲାଟି କାର ମଧ୍ୟରୁ ବାହାରିବା ମାତ୍ରେ ଯୁବତୀ ଜଣକ କାର ଚଳାଇ ପଳାଇ ଯାଇଥିଲେ। ସେହି ଯୁବତୀ ସହିଦନଗର ସାଇ ସୁଭଦ୍ରା ଆପାର୍ଟମେଣ୍ଟ ଭିତରକୁ ପଳାଇ ଯାଇଥିଲେ। ସେଲସ ବଏ ମଧ୍ୟ ତାଙ୍କୁ ଅନୁସରଣ କରି ଯୁବତୀଙ୍କ ଘରେ ପହଂଚିଥିଲେ କିନ୍ତୁ ଯୁବତୀ ଜଣକ କୌଣସି ମୋବାଇଲ ଆଣିନଥିବା କହି ସିଧା ଫାଙ୍କି ଦେଇଥିଲେ। ତେବେ ସୂଚନା ଅନୁଯାୟୀ ସିସି ଟିଭି ଚିତ୍ର ଅନୁଯାୟୀ ସହିଦନଗର ପୁଲିସ ଏବେ ସମ୍ପୃକ୍ତ ଯୁବତୀ ଓ ତାଙ୍କ ପରିବାର ଲୋକଥାନାକୁ ଆଣି ପଚରାଉଚୁରା କରୁଥିଲେ ମଧ୍ୟ ଯୁବତୀ ଜଣକ କୌଣସି ମୋବାଇଲ ନେଇନଥିବା କହିଛନ୍ତି। ଅନ୍ୟ ପକ୍ଷରେ ଯୁବତୀଙ୍କ ବଡ ଭଉଣୀ ସବୁ ଘଟଣାର ସମାଧାନ କରାଯିବ ବୋଲି କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories