www.samajalive.in
Saturday, December 13, 2025
26.1 C
Bhubaneswar

ଦିନ ଦିପ୍ରହରେ ବୁଲୁଛନ୍ତି ବନ୍ଧୁକ ଧାରୀ ଦୁର୍ବୁତ୍ତ

ତେଲକୋଇ; ଦିନ ଦିପ୍ରହରେ ବୁଲୁଛନ୍ତି ବନ୍ଧୁକ ଧାରୀ ଦୁର୍ବୁତ୍ତ। ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ଖୁଣ୍ଟାପଡା ଗାଁରେ। ରାସ୍ତାରେ ଲୋକଙ୍କୁ ଅଟକାଇ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେବା ଭଳି ଘଟଣା ସାମନାକୁ ଆସିଛି। ଏନେଇ ତେଲକୋଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଯୁବକଙ୍କୁ ଥାନାରେ ରଖିଛି ତେଲକୋଇ ପୁଲିସ। ପୂର୍ବ ଶତ୍ରୁତାକୁ ନେଇ ଏଭଳି ଘଟଣା ଘଟିଥିବା ଜଣାପଡିଛି। ଗତ ମେ ମାସ ୨୪ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତ ତ୍ରିନାଥ ସାହୁ ତାଙ୍କ ସର୍ମଥକଙ୍କ ସହିତ ଅଭିଯୋଗକାରୀ ମେଘମୂଖୀଙ୍କ ଘରକୁ ଯାଇ ମେଘ ମୂଖୀଙ୍କ ନବଵିବାହିତ ବୋହୁଙ୍କୁ ଅପହରଣ ପାଇଁ ଉଦ୍ୟମ କରିଥିଲା। ତେବେ ରାତିରେ ପାଟିଶୁଣି ସାହି ଲୋକ ରୁଣ୍ଡ ହୋଇଯାଇଥିଲେ। ସାହି ଲୋକଙ୍କୁ ଦେଖି ତ୍ରିନାଥଙ୍କ ସାଥିମାନେ ଦୌଡି ପଳାଇ ଯାଇଥିବା ବେଳେ ସାହି ଲୋକଙ୍କ ସହାୟତାରେ ପରିବାର ଲୋକେ ତ୍ରିନାଥ ସାହୁଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ଆଣିବା ସହ ଉଭୟ ପକ୍ଷ ସହ ଆପୋଷ ସମାଧାନ କରିଥିଲେ। ପୂର୍ବ ଶତ୍ରୁତା ରଖି ଗତକାଲି ମେଘ ମୂଖି ଓ ତାଙ୍କ ସ୍ତ୍ରୀ ଧାନ ବିହନ ନେଇ ଖୁଣ୍ଟାପଡା ଗାଁରୁ ନିଜ ଗାଁ କନ୍ତଲେଇ ଗାଁ କୁ ଯାଉଥିବା ବେଳେ ଦମ୍ଫତ୍ତିଙ୍କୁ ବନ୍ଧୁକ ଦେଖାଇ ତ୍ରିନାଥ ଜୀବନରୁ ମାରି ଦେବାପାଇଁ ଧମକ ଦେଇଥିବା ନେଇ ଆଜି ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗ ପାଇ ପୁଲିସ ସଂପୃକ୍ତ ଯୁବକଙ୍କୁ ଅଟକ ରଖିଥିବା ଜଣାପଡିଛି। ତେବେ ପୁଲିସ ଅଭିଯୁକ୍ତ ଯୁବକଙ୍କ ଠାରୁ ବନ୍ଧୁକ ଜବତ କରିବାରେ ବିଫଳ ହୋଇଥିବା ଜଣାପଡିଛି। ତେଲକୋଇ ଅଞ୍ଚଳରେ ଏପରି ଘଟଣା ପ୍ରଥମ ଥର ହୋଇଥିବା ବେଳେ ଚୋରା ବନ୍ଧୁକ କାରବାରକୁ ନେଇ ପୁଲିସ ଅଧିକ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଚି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories