www.samajalive.in
Saturday, December 13, 2025
26.1 C
Bhubaneswar

୬ ଲକ୍ଷ ଟଙ୍କା, ୬ ଭରି ସୁନା ଚୋରି ଅଭିଯୋଗ – ୨ ଅଟକ

ଗୁଣୁପୁର: ଗୁଣୁପୁର ଥାନା ଭାରସିଂ ଗ୍ରାମରେ କ୍ରିଷ୍ଣା ରାଓ ସାହୁକାରଙ୍କ ଘରେ କେହି ନଥିବା ସୁଯୋଗ ନେଇ ଚୋରି ହୋଇଥିବା ଅଭିଯୋଗ ହୋଇଛି। ୬ ଲକ୍ଷ ନଗଦ ଟଙ୍କା ସହ ୬ ଭରି ସୁନା ଚୋରି ହୋଇଥିବା ନେଇ ଗୁଣୁପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ନେଇ କ୍ରିଷ୍ଣା ରାଓଙ୍କ ଘରେ ଅନୁସନ୍ଧାନ କୁକୁର ଟିମ ସହାୟତାରେ ପୁଲିସ୍ ତଦନ୍ତ ଯୋରଦାର କରିଛି।

- Advertisement -

କ୍ରିଷ୍ଣା ରାଓ କହିବା ଅନୁଯାୟୀ ସେ ଗଜପତି ଜିଲା କାଶୀନଗରଠାରେ ଥିବା ଏକ ଜମି ବିକ୍ରି କରି ଟଙ୍କା ରଖିଥିଲେ। ସେ ୭ ଲକ୍ଷ ୧୨ ହଜାର ଟଙ୍କା ସହ ୬ ଭରି ସୁନାର ବିଭିନ୍ନ ଅଳଙ୍କାର ବିରୁଆ ମଧ୍ୟରେ ରଖିଥିଲେ।ପାରଳାଖେମୁଣ୍ଡିରେ ତାଙ୍କ ଝିଅ ମେଡିକାଲରେ ଅସୁସ୍ଥ ଥିବାରୁ ୧ ତାରିଖ ଗୁରୁବାର ଦିନ ସେ ତାଙ୍କ ଘରେ ତାଲା ପକାଇ ପରିବାରର ସମସ୍ତେ ଯାଇଥିଲେ।

୨ ତାରିଖ ଶୁକ୍ରବାର ଦିନ ଘରକୁ ଅପରାହ୍ନରେ ଫେରିଥିଲେ। ତାଙ୍କ ଘର ଶିଡି ଉପର ଗ୍ରୀଲ୍ ତାଡିବା ସହ ଘର ଝରକା ଭାଙ୍ଗିଥିବା ଦେଖିଥିଲେ। ତାଙ୍କ ବିରୁଆକୁ ଭାଙ୍ଗି ଦୁର୍ବୁତ୍ତ ଚୋରି କରିଥିବା ଜାଣିପାରିଥିଲେ। ବିରୁଆରେ ୭ଲକ୍ଷ ୧୨ହଜାର ଟଙ୍କା ସହ ସୁନା ଅଳଙ୍କାର ରଖିଥିଲେ। ସେଥିରୁ ଦୁର୍ବୁତମାନେ ୬ ଲକ୍ଷ ଟଙ୍କା ଓ ୬ ଭରି ସୁନାର ବିଭିନ୍ନ ଅଳଙ୍କାର ନେଇଯାଇଥିବା ଜାଣିବାକୁ ପାଇଥିଲେ। ବଳକା ୧ ଲକ୍ଷ ୧୨ ହଜାର ଟଙ୍କା ଦୁଇ ତୋଳାର ବେକର ସୁନା ଚେନ୍ କ୍ରିଷ୍ଣା ରାଓ ଘର ଭିତରୁ ପାଇଥିବା କହିଛନ୍ତି। ଏନେଇ ଗୁଣୁପୁର ଥାନାରେ ଏତଲା ଦେଇଛନ୍ତି। ପୁଲିସ ଦୁଇ ଜଣକୁ ଅଟକ ରଖି ପଚରା ଉଚୁରା କରୁଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories