www.samajalive.in
Saturday, December 13, 2025
26.1 C
Bhubaneswar

ସମାଜ ପ୍ରଭାବ: କିଡନୀ ରୋଗ ବ୍ୟାପିଥିବା ଭଗାମୁଣ୍ଡାରୁ ଜଳ ନମୁନା ସଂଗ୍ରହ

ହରଭଙ୍ଗା: ହରଭଙ୍ଗା ବ୍ଲକ ଆଦିବାସୀ ଅଧ୍ୟୁଷିତ କୁଶଙ୍ଗ ପଂଚାୟତର ଭଗାମୁଣ୍ଡା କନ୍ଧତଇଳା ସାହିରେ କିଡନୀ ରୋଗ ଆତଙ୍କ ସୃଷ୍ଟି କରିଛି। ଏହି ମାରାତ୍ମକ ରୋଗରେ ବର୍ତମାନ ୪ଜଣ ଆକ୍ରାନ୍ତ ଥିବା ଜଣାପଡିଛି। ବିଗତ ଦିନରେ ୫ ଜଣଙ୍କ କିଡନୀ ସମସ୍ୟା ଯୋଗୁ ଜୀବନ ଯାଇଥିବା ଗାଁ ଲୋକେ ଅଭିଯୋଗ ଉଠାଇଛନ୍ତି। ମାତ୍ର ଆକ୍ରାନ୍ତ ରୋଗୀ ନଳକୂପର ଦୂଷିତ ଫ୍ଲୋରାଇଡ ପାଣି ପିଉଥିବା ନେଇ ଏକ ଶୀର୍ଷକ ଖବର ସମାଜରେ ପ୍ରକାଶ ପାଇବା ପରେ ଜଳ ଓ ପରିମଳ ବିଭାଗର ଏକ ଟିମ ଗାଁରେ ପହଞ୍ଚି ନଳକୂପଗୁଡିକର ଜଳ ନମୁନା ସଂଗ୍ରହ କରିଥିବା ଜଣାପଡିଛି।

ସୂଚନା ଥାଉ କି, ଭଗାମୁଣ୍ଡା କନ୍ଧ ତଇଳା ସାହିରେ ବର୍ତମାନ କିଡନୀ ରୋଗରେ ଅନ୍ନପୂର୍ଣ୍ଣା ବେହେରା(୬୦), ସୁରମଣି ଲେଙ୍କା(୫୬), ବୈକୁଣ୍ଠ ହାତୀ(୪୧) ଏବଂ ସଦାଶିବ ଧଳ(୫୩)ଙ୍କ ଭଳି ୪ଜଣ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ଆକ୍ରାନ୍ତଥିବା ଜଣାପଡିଛି। ଗାଁରେ ପିଇବା ପାଣିର କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ବର୍ତମାନ ରୋଗୀ ନଳକୂପର ଦୂଷିତ ଫ୍ଲୋରାଇଡ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ଗାଁରେ ବିଶୁଦ୍ଧ ପାଣି ବ୍ୟବସ୍ଥା କରାଯିବାକୁ ଗାଁ ଲୋକେ ଦାବୀ କରିଛନ୍ତି। ଏ ସଂର୍ପକରେ ବୌଦ୍ଧ ଜଳ ଓ ପରିମଳ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭଞ୍ଜକିଶୋର ମନୋହରୀଙ୍କୁ ପଚାରିବାରୁ ଭଗାମୁଣ୍ଡାର ବିଭିନ୍ନ ବସ୍ତିରୁ ନଳକୂପଗୁଡିକରୁ ଜଳ ନମୁନା ସଂଗ୍ରହ କରାଯାଇଛି। ପରୀକ୍ଷା ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories