www.samajalive.in
Sunday, December 14, 2025
26.1 C
Bhubaneswar

ଭାଙ୍ଗିଲା ସମ୍ପର୍କ: ଅଲଗା ହେବେ ଅମିର-କିରଣ

ମୁମ୍ବଇ: ବିବାହର ୧୫ ବର୍ଷ ପରେ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇବାକୁ ନିଷ୍ପତ୍ତି ନେଇଛନ୍ତି ବଲିଉଡ଼ ଅଭିନେତା ଅମିର ଖାନ୍ ଓ କିରଣ ରାଓ। ଦୁହିଁଙ୍କ ରାସ୍ତା ଅଲଗା ହେବାକୁ ଯାଉଛି। ଉଭୟ ପରସ୍ପରଠାରୁ ଛାଡ଼ପତ୍ର ନେବେ ବୋଲି ଘୋଷଣା କରିଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ଦୁହିଁଙ୍କ ପ୍ରଶଂସକମାନେ ଚକିତ ହୋଇଯାଇଛନ୍ତି।

ଅମିର ଓ କିରଣ ନିଜ ବିବୃତ୍ତିରେ କହିଛନ୍ତି ଯେ, “ଏହି ୧୫ ବର୍ଷରେ ଆମେ ଦୁହେଁ ଜୀବନବ୍ୟାପୀ ଅନୁଭୂତି, ଆନନ୍ଦ ଓ ଖୁସି ପରସ୍ପର ମଧ୍ୟରେ ବାଣ୍ଟିଛୁ। ଆମ ସମ୍ପର୍କ କେବଳ ବିଶ୍ୱାସ, ସମ୍ମାନ ଓ ପ୍ରେମରେ ବୃଦ୍ଧି ପାଇଛି। ଏବେ ଆମେ ଆମ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ। ସ୍ୱାମୀ-ସ୍ତ୍ରୀ ଭାବେ ନୁହେଁ ବରଂ ସହ-ମାତା-ପିତା ଓ ପରିବାର ଭାବେ। କିଛି ଦିନ ତଳେ ଆମେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲୁ। ଏବେ ଏହି ନିଷ୍ପତ୍ତିକୁ ଔପଚାରିକ ରୂପେ ସର୍ବସମ୍ମୁଖକୁ ଆଣିଛୁ”।

- Advertisement -

ସୂଚନାଯୋଗ୍ୟ, ‘ଲଗାନ୍’ ଚଳଚ୍ଚିତ୍ରର ଶୁଟିଂ ସେଟରୁ ଅମିର ଓ କିରଣଙ୍କ ଦେଖାସାକ୍ଷାତ ହୋଇଥିଲା। ଲଗାନରେ କିରଣ ସହ ନିର୍ଦ୍ଦେଶିକା ରୂପେ କାମ କରିଥିଲେ। ଏଠାରୁ ହିଁ ଦୁହିଁଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପରେ ୨୦୦୫ ଡିସେମ୍ବର ୨୮ ତାରିଖରେ ଉଭୟ ବିବାହ କରିଥିଲେ। ୨୦୧୧ରେ ସରୋଗେସି ସହାୟତାରେ ଅମିର ଓ କିରଣଙ୍କ ପୁଅ ଆଜାଦ୍ ଜନ୍ମ ହୋଇଥିଲା।

କିରଣଙ୍କ ପୂର୍ବରୁ ଅମିର ରିନା ଦତ୍ତଙ୍କୁ ବିବାହ କରିଥିଲେ। ତେବେ କିରଣଙ୍କ ପ୍ରେମରେ ପଡିବା ପରେ ସେ ପ୍ରଥମ ପତ୍ନୀ ରିନାଙ୍କଠାରୁ ଭିନ୍ନ ହେବାକୁ ନିଷ୍ପତ୍ତି ନେଇଥିଲେ। ରିନା ଓ ଅମିରଙ୍କ ଗୋଟିଏ ପୁଅ ଜୁନେଦ ଓ ଝିଅ ଆୟରା ଖାନ୍ ଅଛନ୍ତି।

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories