www.samajalive.in
Monday, December 8, 2025
24.1 C
Bhubaneswar

ନାରାୟଣପୁର ଜିଲାରେ ବଡ ଧରଣର ନକ୍ସଲ ଆକ୍ରମଣ

ମାଲକାନଗିରି : ଆଜି ଛତିଶଗଡର ନାରାୟଣପୁର ଜିଲାରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଥିବା ଖବର ମିଳିଛି। ନାରାୟଣପୁର ଜିଲା ଆମଦାଇ ସ୍ଥିତ ଲୁହାପଥର ଖଣିରେ ନକ୍ସଲମାନେ ଆକ୍ରମଣ କରିଛନ୍ତି।ପ୍ରାୟ ହଜାରରୁ ଅଧିକ ନକ୍ସଲ ଏଥିରେ ସାମିଲ ଥିବା ସୂଚନା ମିଳିଛି। ଏହାସହ ୧୫ ରୁ ୨୦ ଜଣ ଖଣି କର୍ମଚାରୀଙ୍କୁ ନିଜ କବଜାରେ ନେଇ ଯାଇଥିବା ଜଣାପଡିଛି। ସକାଳ ୧୦ଟା ସମୟରେ ନକ୍ସଲମାନେ ଆକ୍ରମଣ କରିଥିବା ବେଳେ ସୁରକ୍ଷାକର୍ମୀଙ୍କ ସହ ତାଙ୍କ ଗୁଳିବିନିମୟ ଜାରି ରହିଛି। ଉଭୟ ପକ୍ଷରୁ ଗୁଳିବିନିମୟ ଜାରି ରହିଥିବା ନେଇ ନାରାୟଣପୁର ଏସପି ସୂଚନା ଦେଇଛନ୍ତି। ଖଣିରେ ନିୟୋଜିତ ୬ଟି ଗାଡି ମଧ୍ୟ ନକ୍ସଲ ପୋଡି ଦେଇଛନ୍ତି। ଘଟଣାସ୍ଥଳକୁ ଅଧିକ ଯବାନକୁ ପଠାଯାଇଥିବା ବେଳେ ଘଟଣା ବିଷୟରେ ଅଧିକ ସୂଚନା ମିଳିପାରି ନାହିଁ।

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories