www.samajalive.in
Saturday, December 13, 2025
26.1 C
Bhubaneswar

ମାଟ୍ରିକ୍‌ ପରୀକ୍ଷାରୁ ବଞ୍ଚିତ ୧୩୯ ଭିନ୍ନକ୍ଷମ ଶିକ୍ଷାର୍ଥୀ, ଜବାବ ମାଗିଲେ ମାନବାଧିକାର ଆୟୋଗ

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ (ମାଟ୍ରିକ) ପରୀକ୍ଷା ଫଳ ନିକଟରେ ପ୍ରକାଶ ପାଇଛି। ଏହି ପରୀକ୍ଷାରୁ ବଞ୍ଚିତ ହୋଇଥିବା ୧୩୯ ଜଣ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ଘଟଣାରେ ରାଜ୍ୟ ମାନବାଧିକାର ଆୟୋଗ ହସ୍ତକ୍ଷେପ କରିଛନ୍ତି। ସ୍ବତନ୍ତ୍ର ବିଦ୍ୟାଳୟର ଏହି ଭିନ୍ନକ୍ଷମ ଶିକ୍ଷାର୍ଥୀ କାହିଁକି ଦଶମ (ମାଟ୍ରିକ)ପରୀକ୍ଷାରୁ ବଞ୍ଚିତ ହେଲେ ଏ ନେଇ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସଚିବ ଏବଂ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକଙ୍କୁ ଜୁଲାଇ ୨୨ ତାରିଖ ସୁଦ୍ଧା ସେମାନଙ୍କ ଜବାବ ଦାଖଲ କରିବା ଲାଗି ରାଜ୍ୟ ମାନବିକ ଅଧିକାର ଆୟୋଗର ସଦସ୍ୟ ଅସିମ ଅମିତାଭ ଦାସ ସମନ ଜାରି କରିଛନ୍ତି।

ମାନବିକ ଅଧିକାର ଫ୍ରଣ୍ଟର ଅଧ୍ୟକ୍ଷ ମନୋଜ ଜେନା ଭିନ୍ନକ୍ଷମ ଶିକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହେବା ନେଇ ମାନବିକ ଅଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭିନ୍ନକ୍ଷମ ବିଭାଗ ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟରେ ତାଳମେଳ ରହୁ ନ ଥିବା ଏଭଳି ପରିସ୍ଥିତି ଉପଜୁଥିବା ଶ୍ରୀ ଜେନା ତାଙ୍କ ଆବେଦନରେ ଉଲ୍ଲେଖ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories