www.samajalive.in
Saturday, December 13, 2025
26.1 C
Bhubaneswar

ଏହି ଉପାୟ ଦ୍ୱାରା ମୁହଁରୁ ଦୂର କରନ୍ତୁ ଟ୍ୟାନ୍‍

ଧୂଳି ମାଟି ,ପ୍ରଦୂଷଣ ଆଦି ଯୋଗୁ ମୁହଁ ଉପରେ ଏହାର ଖୁବ ଖରାପ ପ୍ରଭାବ ପଡ଼ିଥାଏ। ବାରମ୍ବାର ମୁହଁକୁ ଫେସ୍‍ୱାସ ରେ ଧୋଇଲେ ମୁହଁ ଶୁଷ୍କ ହୋଇଥାଏ। ମାତ୍ର କିଛି ଉପାୟ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇବା ସହ ଆମ ମୁହଁର ମଧ୍ୟ ଯତ୍ନ ନେଇପାରିବା।
ସକାଳୁ ଉଠିବା ପରେ ପ୍ରଥମେ ଥଣ୍ଡା ପାଣିରେ ନିଜ ମୁହଁକୁ ଭଲ ଭାବେ ଧୋଇବା ଆବଶ୍ୟକ। ଏହା ଦ୍ୱାରା ମୁହଁର ଉଜ୍ଜଳତା କମିନଥାଏ। ମୁହଁର ଚମକ ମଧ୍ୟ ବଢିଥାଏ।
ନିୟମିତ ମୁହଁକୁ ସଫା ରଖିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ମୁହଁକୁ ସଫା କରିବା ନିମନ୍ତେ ସପ୍ତାହକୁ ଥରେ ଅଥବା ଦୁଇ ଥର କ୍ଷୀର ଓ ଅମୃତଭଣ୍ଡାକୁ ପେଷି (ଗ୍ରାଇଣ୍ଡିଙ୍ଗ) କରି ଲଗାଇବା ଦ୍ୱାରା ମୁହଁ ସଫା ହୋଇଯାଇଥାଏ। ଚିକ୍କଣ ଓ ସୁନ୍ଦର ଦେଖାଯାଏ।
ପୋଦିନା ପତ୍ର – ଏହାକୁ ପେଷି କିମ୍ବା ଗ୍ରାଇଣ୍ଡିଙ୍ଗ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ସପ୍ତାହକୁ ୨ରୁ୩ ଥର ମୁହଁରେ ଲଗାନ୍ତୁ ଏହା ଦ୍ୱାରା ମୁହଁରେ ଥିବା ବର୍ଜ୍ୟ ବସ୍ତୁ ବାହାରି ଆସି ମୁହଁକୁ ସୁନ୍ଦର ଓ ଉଜ୍ଜଳ କରିଥାଏ।
କାକୁଡ଼ିକୁ ପେଷି (ଗ୍ରାଇଣ୍ଡିଙ୍ଗ ) କରି ଲଗାଇଲେ ମଧ୍ୟ ମୁହଁର ସୁନ୍ଦରତା ବଢେ ଓ ଟ୍ୟାନ୍‍କୁ ଦୂର କରେ।
ସତେଜ ପନିପରିବାରେ ବହୁ ପରିମାଣରେ ଆଇରନ ରହିଥାଏ। ଏହାକୁ ଖାଇବା ଦ୍ୱାରା ମୁହଁର ଚମଚ ବଢିବା ସହ ମୁହଁର ଚର୍ମ ମଧ୍ୟ ସୁସ୍ଥ ରହିଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories