www.samajalive.in
Saturday, December 13, 2025
21.1 C
Bhubaneswar

ନବରଙ୍ଗପୁରରେ କରୋନା ୩୪, ଯୁବ ଆଇନଜୀବୀଙ୍କର ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ ମହମାରୀ କରୋନା ଆକ୍ରାନ୍ତ ସଂଖ୍ୟା ବୁଧବାର ଦିନ ୩୪ ରହିଛି। ଗତ ମଙ୍ଗଳବାରଦିନ ୨୦ ଜଣ ରହିଥିଲା। ଜିଲାରେ ମୋଟ ସ୍ୱାବପରୀକ୍ଷା ୩୩୩୩୭୮ କରାଯାଇଥିବାବେଳେ ମୋଟ ପଜିଟିଭ ମାମଲା ୨୩୦୫୨ ହୋଇଛି । ସେଥିମଧ୍ୟରୁ ଆରୋଗ୍ୟ ୨୨୫୧୨ ହୋଇଛନ୍ତି। ଏବେ ଆକ୍ରାନ୍ତ ସଂଖ୍ୟା ୩୭୫ ଘରେ ସଙ୍ଗରୋଧରେ ୨୨୦ ଜଣ ଅଛନ୍ତି। ବଳକା ୧୫୫ ଜଣ ସଙ୍ଗରୋଧ କେନ୍ଦ୍ର ଓ ଜିଲା ଓ ଜିଲାବାହାର କୋଭିଡ ଡାକ୍ତରଖାନା ରେ ଚକିତ୍ସିତ ହେଉଛନ୍ତି। ଆଜି ନବରଙ୍ଗପୁର ପୈାରପାଳିକା ୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ନନ୍ଦାହାଣ୍ଡି ବ୍ଲକରେ ୭ଜଣ, ଝରିଗାଁ ବ୍ଲକରେ ୬ ଜଣ , ଚନ୍ଦାହାଣ୍ଡି ବ୍ଲକ ୩ ଜଣେ, ଉମରକୋଟବ୍ଳକ ୩ଜଣ, ଉମରକୋଟ ପୈାରପାଳିକା ୫ଜଣ, ପାପଡାହାଣ୍ଡିବ୍ଲକରେ ଜଣେ, ତେନ୍ତୁଳିଖୁଣ୍ଟି ବ୍ଲକ ଜଣେ , କୋଷାଗୁମୁଡାବ୍ଳକରେ ଜଣେ, , ରାଇଘରବ୍ଳକ , ନବରଙ୍ଗପୁରବ୍ଳକ ଓ ଡାବୁଗାଁ ବ୍ଳକରେ ଆଜି କେହି ଆକ୍ରାନ୍ତ ହୋଇ ନାହାନ୍ତି। ତେବେ ଗତରାତ୍ରିିରେ କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସାଧିନ ରହିଥିବା ଇଚ୍ଛାବତୀଗୁଡାର ଯୁବ ଆଇନଜୀବୀ ସତ୍ୟନାରାୟଣ ଗିରି ଙ୍କର ପରଲୋକ ହୋଇଯାଇଛି। ସେ ଦୀର୍ଘ ଏକ ମାସଧରି କରୋନା ସହ ଲଢେଇ କରି ଶେଷରେ ହାରିଯାଇଛନ୍ତି। ଏସଂପର୍କରେ ପରିବାରଲୋକ ଙ୍କର ପକ୍ଷରୁ ସୂଚନା ମିଳିଛି। ତେବେ ପ୍ରଶାସନ ପକ୍ଷରୁ ଏସଂପର୍କରେ ସୁଚନା ମଳିନି।ସେ ଜଣେ ମିଷ୍ଠ ଭାଷୀ ଓ ମେଳାପି ଓ ସମାଜ ସେବୀ ଥିଲୋ ସେ ଆରଏସଏସ ସହିତ ଜଡିତ ଥିଲେ। ତାଙ୍କର ଅକାଳ ବିୟୋଗରେ ଜିଲା ଆଇନଜୀବୀ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି।

 

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories