www.samajalive.in
Saturday, December 13, 2025
26.1 C
Bhubaneswar

ସନ୍ଦେହ ଘେରରେ ପିଇଓ, ଜିଆରଏସଙ୍କ କାର୍ଯ୍ୟଶୈଳୀ

ହରଭଙ୍ଗା: ହରଭଙ୍ଗା ପଂଚାୟତରେ ଗରିବ ହିତାଧିକାରୀଙ୍କ ଭତା ଟଙ୍କା ଆତ୍ମସାତ ଅଭିଯୋଗ ପଦାକୁ ଆସିବାପରେ ଭତା କେଳେଙ୍କାରୀର ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ହରଭଙ୍ଗା ଗ୍ରାମର ବିଶ୍ୱନାଥ ଦେହୁରୀ ଭଳି ଜଣେ ଗରିବ ବୃଦ୍ଧ ହିତାଧିକାରୀଙ୍କ ଭତା କାର୍ଡକୁ ଲକ୍ଷ୍ୟକଲେ ପଂଚାୟତ ସଂରପଚ ସୁମଞି ଲାଲ ନିଜେ ଭତା ଟଙ୍କା ବାଂଟୁଥିବା ପ୍ରମାଣ ମିଳିଛି। ଏପରିକି ଭତା କାର୍ଡ ସମ୍ମୁଖରେ ବିଡିଓଙ୍କ ଦସ୍ତଖତ ସ୍ଥାନରେ ସରପଞ୍ଚ ସମସ୍ତ ସରକାରୀ ନିୟମକୁ ଉଲ୍ଲଂଘନ କରି ନିଜେ ଦସ୍ତଖତ ଆଉ ତାଙ୍କ ମୋହର ମାରିଥିବା ଭଳି ଆଉ ଏକ ସାଂଘାତିକ ଅନିୟମିତତା ପଦାକୁ ଆସିଛି। ଏହା ସହିତ ହିତାଧିକାରୀଙ୍କ କାର୍ଡରେ ଜାନୁୟାରୀ, ମାର୍ଚ୍ଚ ୨୦୨୦ ଏବଂ ଫେବୃୟାରୀ ଏବଂ ଜୁନ ୨୦୨୧ରେ ସରପଂଚଙ୍କ ଦସ୍ତଖତରେ ଭତାଟଙ୍କା ବଂଟନ ହୋଇଥିବା ଭଳି ଆଉ ଏକ ବେନିୟମ କାର୍ଯ୍ୟ ଧରାପଡିଛି। ଏହି ଘଟଣାକୁ ଅନୁଧ୍ୟାନ କଲେ ପଂଚାୟତରେ ପିଇଓ, ଜିଆରଏସ ଭଳି ସରକାରୀ କର୍ମଚାରୀ ଥାଉ ଥାଉ ସରପଂଚ କିପରି ଭତା ଟଙ୍କା ବାଣ୍ଟୁଥିଲେ ତାକୁ ନେଇ ମଧ୍ୟ ପ୍ରଶ୍ନଉଠିଛି।

ଜଣେ ବେସରକାରୀ ଲୋକପ୍ରତିନିଧିଙ୍କୁ ହିତାଧିକାରୀଙ୍କ ଲକ୍ଷ ଲକ୍ଷ ଭତା ଟଙ୍କା ବଂଟନ ଦାୟିତ୍ୱ କିଏ ପ୍ରଦାନ କରିଥିଲା।ଆଉ କେଉଁ ସୁରକ୍ଷା ଆଧାରରେ ଏତେ ଟଙ୍କା ହସ୍ତାନ୍ତର କରିଥିଲେ ତାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଏହା ପଛର ମାଷ୍ଟରମାଇଣ୍ଡ ଧରାପଡିବା ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ ପାଉଛି। ପଂଚାୟତ ପିଇଓ, ଜିଆରଏସଙ୍କ ବେପରୁଆ ଏବଂ ଦାୟିତ୍ୱହୀନ କାର୍ଯ୍ୟ ଯୋଗୁଁ ଗୋପବନ୍ଧୁ ଅମାତ୍, ଝରିଆ ମେହେର ଏବଂ ହୀନା ବେହେରା ଭଳି ଗରିବ ଅସହାୟ ହିତାଧିକାରୀଙ୍କ ଭତା ଟଙ୍କା ଜଣେ ଥାର୍ଡପାର୍ଟୀ ଜନୈକ ଲୋକପ୍ରତିନିଧିଙ୍କ ଦସ୍ତଖତରେ ହଡପ କରିବାକୁ ସକ୍ଷମ ହୋଇଥିଲା। ଘଟଣା ଧରାପଡିବାରୁ ପୁର୍ନବାର ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ କରିବା ପଂଚାୟତରେ ଚାଲିଥିବା ଭତା କଳେଙ୍କାରୀକୁ ପ୍ରମାଣିତ କରିଛି। ସାମାଜିକ ସୁରକ୍ଷା ଯୋଜନାରେ ଚାଲିଥିବା ଏଭଳି ଦୁର୍ନୀତି ଏବଂ ଅନିୟମିତତା ଉପରେ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସବୁ ମହଲରୁ ଦାବୀ ହେଉଛି। ଏତେ ସବୁ ପରେ ହରଭଙ୍ଗା ବି.ଡି.ଓଙ୍କ କୁମ୍ଭକର୍ଣ୍ଣ ନିଦ୍ରା ନ ଭାଙ୍ଗିବା ପରୋକ୍ଷରେ ଦୁର୍ନୀତିକୁ ପ୍ରୋତ୍ସାହନ ଯୋଗାଉଛି। ଏ ସର୍ମ୍ପକରେ ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ ମେହେରଙ୍କୁ ପଚାରିବାରୁ ଆଜି କଂଟାମାଳ କାମରେ ଆସିଛି। ଆସନ୍ତାକାଲି ନିଜେ ଯାଇ ଘଟଣାର ତଦନ୍ତ କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆଗକୁ ଏହି କଳେଙ୍କାରୀର ଖୁଲାସା କରାନଗଲେ ପଂଚାୟତବାସୀଙ୍କ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories