www.samajalive.in
Sunday, December 7, 2025
26.1 C
Bhubaneswar

ମିଳିତ ଶ୍ରମିକ ୟୁନିୟନର ଧର୍ମଘଟ, ଆରଏସପିର ଉତ୍ପାଦନ ପ୍ରଭାବିତ

ରାଉରକେଲା : ଇସ୍ପାତ ଶ୍ରମିକ କର୍ମଚାରୀଙ୍କ ସଫଳ ନୂତନ ମଜୁରୀ ଚୁକ୍ତିନାମା ସମ୍ପନ୍ନ କରିବାରେ ଅହେତୁକ ବିଳମ୍ବ,, ଅବହେଳା ଓ ଅନ୍ୟାନ୍ୟ ୭ଟି ନାଯ୍ୟ ଦାବିରେ ବୁଧବାର ସେଲ୍‌ର ସମସ୍ତ କାରଖାନାରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଏବଂ ଧର୍ମଘଟ କରାଯାଇଥିବା ବେଳେ ରାଉରକେଲାରେ ଏହି ଧର୍ମଘଟ ବୋଲି ଅଭୂତପୂର୍ବ ବୋଲି ୟୁନିୟନ ପକ୍ଷରୁ କୁହାଯାଇଛି। ଏ’ସିପ୍ଟରୁ ଆରମ୍ଭ କରି ସାଧାରଣ ସିପ୍ଟ, ବି’ସିପ୍ଟ ଆଦି ସମୟରେ ବିଭିନ୍ନ ୟୁନିୟର କର୍ମକର୍ତ୍ତାମାନେ ଆରଏସିପର ବିଭିନ୍ନ ଫାଟକ ସମ୍ମୁଖକୁ ଅବରୋଧ କରି ରଖିଥିଲେ। ପୁଲିସ ଛାଉଣୀ ଭିତରେ ଏହି ପ୍ରତିବାଦ କାର୍ଯ୍ୟକ୍ରମକୁ ଶ୍ରମିକଙ୍କ ବିପୁଳ ସମର୍ଥନ ମିଳିଥିଲା। ବିଶେଷ କରି ସମସ୍ତ ୟୁନିୟନ ମିଳିତ ଭାବେ ଏହି ଧର୍ମଘଟର ଡାକରା ଦେଇଥିବାରୁ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି। କାରଖାନା ଉତ୍ପାଦନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ପରିଚାଳନା କର୍ତୃପକ୍ଷଙ୍କ ନିଲମ୍ବନ ଓ କାର୍ଯ୍ୟାନୁଷ୍ଠାନ ଧମକ୍‍କୁ ଖାତିର ନକରି ଶ୍ରମିକ ନେତା ଓ ଶ୍ରମିକ କର୍ମଚାରୀ ଏହି ବନ୍ଦ ପାଳନରେ ସାମିଲ ହୋଇଛନ୍ତି। ଏହାପରେ ଯଦି ପରିଚାଳନା କର୍ତୃପକ୍ଷ ଓ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଉଚିତ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ମଳିତ ୟୁନିୟନ ପକ୍ଷରୁ ଚେତବାନୀ ଦିଆଯାଇଛିିି।

ଆରଆଇ କେକେଏସର ସଭାପତି ହିମାଂଶୁ ବଳ, ଆର୍‍ଏସ୍‍ଏସ୍‍ ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା,ଆର୍‍ଏସ୍‍ଏସ୍‍ ସଭାନେତ୍ରୀ ଡିଏସ୍‍ ପାଣିକର, ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ଆରଏମଏସର ସାଧାରଣ ସମ୍ପାଦକ ଶଶଧର ନାୟକ, ଗାଙ୍ଗପୁର ମଜଦୁର ମଞ୍ଚର ସଭାପତି ଜର୍ଜ ତିର୍କୀ, ସାଧାରଣ ସମ୍ପାଦକ ଗୋପାଳ ଦାସ, ବରିଷ୍ଠ ଶ୍ରମିକ ନେତା ନିତ୍ୟ କିଶୋର ମହାନ୍ତି ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ। ୧୫ପ୍ରତିଶତ ଏମଜିବି, ୩୫ ପ୍ରତିଶତ ପର୍କସ ଓ ୯ ପ୍ରତିଶତ ପେନସନ ପ୍ରଦାନ କରିବା, ବିନା ସିଲିଂରେ ଗ୍ରାଚୁଇଟି ବ୍ୟବସ୍ଥା ଚାଲୁ ରଖିବା, ଶ୍ରମିକ କର୍ମଚାରୀ ମାନଙ୍କୁ ୧.୧.୨୦୧୭ରୁ ସମ୍ପୂର୍ଣ୍ଣ ଏରିଅର ପ୍ରଦାନ କରିବା, ଠିକା ଶ୍ରମିକଙ୍କ ମଜୁରୀ ଚୁକ୍ତିନାମା ଏନଜେସିଏସରେ କରାଯିବା, ଭିଲାଇ ଓ ବୋକାରାରୋ ଯୁବ ଶ୍ରମିକଙ୍କ ଉପରୁ ନିଲମ୍ବନ ଓ ଚାର୍ଜ ସିଟ ପ୍ରତ୍ୟାହାର କରିବା, ସର୍କୁଲାର ମାଧ୍ୟମରେ ପାଉଥିବା ସୁବିଧା ପ୍ରତ୍ୟାହାରକୁ ବନ୍ଦ କରିବା, ଗତ ଚୁକ୍ତିନାମାର ସମ୍ପୂର୍ଣ୍ଣ ଧାରାକୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକାରୀ କରିବା, କରୋନାରେ ମୃତ ସ୍ଥାୟୀ ଓ ଠିକା ଶ୍ରମିକ ମାନଙ୍କର ଉତରାଧିକାରୀଙ୍କୁ ନିଯୁକ୍ତି ଓ କ୍ଷତି ପୂରଣ ଦାବିରେଏହି ଧର୍ମଘଟ ଅନୁଷ୍ଠିତ ହୋଇଛି। ବରିଷ୍ଠ ଶ୍ରମିକ ନେତା ବୈଦ୍ୟନାଥ ଦାସ, ଅଜିତ ନାୟକ, ରମେଶଚନ୍ଦ୍ର ସେଠୀ, ବିମାନ ମାଇତି, ବସନ୍ତ ନାୟକ, ପ୍ରମୋଦ ସାମଲ, ହେମନ୍ତ ବେଉରା, ବସନ୍ତ ସାମଲ, ବିଶ୍ୱଜିତ ଜେନା, ସୁବାସ ଦଣ୍ଡପାଟ, ପ୍ରମୋଦ ଦାସ, ଅଶୋକ ମିଶ୍ର, ରତ୍ନାକର ନାୟକ, ନିହାର ସାମଲ, ନିହାର ଦାସଙ୍କ ସମେତ ଶତାଧିକ ଶ୍ରମିକ ନେତା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories