www.samajalive.in
Saturday, December 13, 2025
26.1 C
Bhubaneswar

ରିଲିଜ୍ ହେଲା ‘ତୁଫାନ୍’ର ଟ୍ରେଲର: ଦମଦାର ଭୂମିକାରେ ଫରହାନ୍

ମୁମ୍ବଇ: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ତୁଫାନ୍’ର ଟ୍ରେଲର ବୁଧବାର ରିଲିଜ୍ ହୋଇଛି। ଟ୍ରେଲରରେ ଅଭିନେତା ଫର୍ହାନ ଅଖତରଙ୍କୁ ଜଣେ ବକ୍ସର ଭୂମିକାରେ ଦେଖିବାକୁ ମିଳିଛି। ଏଥିରେ ଫରହାନ୍ ଅଖତରଙ୍କ ଲୁକ୍ ବେଶ୍ ପ୍ରଭାବଶାଳୀ ରହିଛି। ଅଭିନେତ୍ରୀ ମୃଣାଳ ଠାକୁର ଚଳଚ୍ଚିତ୍ରରେ ଫରହାନଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିଛନ୍ତି। ଫରହାନ୍ ‘ତୁଫାନ୍’ ପାଇଁ ଅନେକ ତାଲିମ ନେଇଥିଲେ ଯାହା ଟ୍ରେଲରରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ମୃଣାଳଙ୍କ ବ୍ୟତୀତ ପରେଶ ରାୱଲ, ସୁପ୍ରିୟା ପାଠକ କପୁର, ହୁସୈନ ଦଲାଲ, ଦର୍ଶନ କୁମାର ଓ ବିଜୟ ରାଜ ପ୍ରମୁଖ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

‘ତୁଫାନ୍’ ଏକ ପ୍ରେରଣାଦାୟକ ସ୍ପୋର୍ଟ୍ସ ଡ୍ରାମା ଭିତ୍ତିକ ଚଳଚ୍ଚିତ୍ର। ଏହା ଅଜିଜ୍ ଅଲୀଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ କରାଯାଇଛି। ‘ତୁଫାନ୍’ ଆମାଜନ ପ୍ରାଇମ୍ ଭିଡିଓରେ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଜୁଲାଇ ୧୬ ତାରିଖରେ ମୁକ୍ତିଲାଭ କରିବ।

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories