www.samajalive.in
Saturday, December 13, 2025
26.1 C
Bhubaneswar

କୋଭିଡ ଟିକାକରଣ ଅଭିଯାନ : ଟିକା ନେଲେଣି ୩୩.୨୮କୋଟିରୁ ଅଧିକ

ନୂଆଦିଲ୍ଲୀ :  କୋଭିଡ ପ୍ରତିଷେଧକ ଟିକାଦାନ କ୍ଷେତ୍ରରେ ଭାରତ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛି। ଏପର୍ଯ୍ୟନ୍ତ ଦେଶରେ ୩୩ କୋଟି ୨୮ଲକ୍ଷ ୫୪ହଜାର ୫୨୭ଜଣଙ୍କୁ ଟିକାଦାନ କରାଯାଇଛି। କେବଳ ଗତକାଲି ଗୋଟିଏ ଦିନରେ ୩୬ଲକ୍ଷ ୫୧ହଜାରରୁ ଅଧିକ ଡୋଜ୍‍ ଟିକା ଦିଆଯାଇଛି।

୧୮ରୁ ୪୪ବର୍ଷ ବୟସର ୯କୋଟି ୬୧ହଜାରରୁ ଅଧିକ ହିତାଧିକାରୀଙ୍କୁ ପ୍ରଥମ ପାନ ଏବଂ ୨୦ଲକ୍ଷ ୮୭ହଜାରରୁ ଅଧିକଙ୍କୁ ଦ୍ୱିତୀୟ ପାନ ଟିକା ଦିଆଯାଇଛି। ୧ କୋଟି ୨ ଲକ୍ଷ ୮ ହଜାରରୁ ଅଧିକ ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କୁ ପ୍ରଥମ ପାନ ଏବଂ ୭୨ ଲକ୍ଷ ୪୩ ହଜାରରୁ ଅଧିକଙ୍କୁ ଦ୍ୱିତୀୟ ପାନ ଟିକା ଦିଆଯାଇଛି।

- Advertisement -

ଗତ ୨୧ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଟିକାକରଣ ଅଭିଯାନରେ ଟିକାଦାନ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହୋଇପାରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories