www.samajalive.in
Saturday, December 13, 2025
26.1 C
Bhubaneswar

ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତାର ୫ନଂରେ ମିତାଲି

ଦୁବାଇ: ଆଇସିସି ତରଫରୁ ଜାରି ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତାର ୫ନଂରେ ରହିଛନ୍ତି ଭାରତୀୟ ଦଳର ଅଧିନାୟିକା ମିତାଲି ରାଜ୍‌। ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ମିତାଲି ୭୨ ରନ୍‌ କରିଥିଲେ। ଫଳରେ ମିତାଲି ଦିନିକିଆ ବ୍ୟାଟିଂ ମାନ୍ୟତାରେ ୩ଟି ସ୍ଥାନ ଉପରକୁ ଉଠି ୫ନଂରେ ପହଞ୍ଚିଛନ୍ତି। ୨୦୧୯ ଅକ୍ଟୋବର ପରେ ପ୍ରଥମଥର ମିତାଲି ବ୍ୟାଟିଂ ମାନ୍ୟତାର ଶ୍ରେଷ୍ଠ ୫ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଭାରତୀୟ ଅଲରାଉଣ୍ଡର ପୂଜା ବସ୍ତ୍ରାକର ଦିନିକିଆ ବ୍ୟାଟିଂ ମାନ୍ୟତାରେ ୯୭ନଂରେ ଥିବା ବେଳେ ବୋଲିଂ ମାନ୍ୟତାରେ ୮୮ନଂରେ ରହିଛନ୍ତି। ଓପନର୍‌ ଶେଫାଳି ବର୍ମା ବ୍ୟାଟିଂ ମାନ୍ୟତାର ୧୨୦ନଂରେ ରହିଛନ୍ତି।

ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ଇଂଲଣ୍ଡର ଓପନର୍‌ ଟମି ବ୍ୟୁମଣ୍ଟ। ବୋଲିଂ ମାନ୍ୟତାରେ ଇଂଲଣ୍ଡର ଆନ୍ୟା ସ୍ରବସଲ୍‌ ୩ଟି ସ୍ଥାନ ଉପରକୁ ଉଠି ୮ନଂରେ ଥିବା ବେଳେ ବାମହାତି ସ୍ପିନର ସୋଫି ଏକ୍‌ଲେଷ୍ଟୋନ୍‌ ୪ଟି ସ୍ଥାନ ଉପରକୁ ଉଠି ୧୦ନଂରେ ରହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories