www.samajalive.in
Saturday, December 13, 2025
26.1 C
Bhubaneswar

ସନ୍ଧ୍ୟା ୫ଟା ମୁଖ୍ୟ ଖବର

–ଟି-୨୦ ବିଶ୍ବକପ ଭେନ୍ୟୁ ବଦଳିଲା: ୟୁଏଇ ଏବଂ ଓମାନରେ ହେବ ଟୁର୍ଣ୍ଣାମେଣ୍ଟ। ଅକ୍ଟୋବାର ୧୭ରୁ ଆରମ୍ଭ ହୋଇ ନଭେମ୍ବର ୧୪ ପର୍ଯ୍ୟନ୍ତ ଚାଲିବ। ଭେନ୍ୟୁ ବଦଳିବା ନେଇ କ୍ରିକେଟ କାଉନସିଲ ପକ୍ଷରୁ ସୂଚନା

–ଖୁବ ଶ୍ରୀଘ ଭାରତ ଆସିବ କରୋନା ଟିକା ମଡର୍ଣ୍ଣା। ମଡର୍ଣ୍ଣା ଟିକା ଆମଦାନି ଆବେଦନକୁ ଡିସିଜିଆଇର ମଞ୍ଜୁରୀ। ଔଷଧ କମ୍ପାନୀ ସିପଲାକୁ ଆମଦାନୀ ଅନୁମତି ଦେଲା ଡିସିଜିଆଇ।  ଅନୁମତି ନେଇ ନୀତି ଆୟୋଗ ସଦସ୍ୟ ଡା.ଭି.କେ.ପଲଙ୍କ ସୂଚନା-ଏବେ ଭାରତରେ କରୋନା ବିରୋଧୀ ଯୁଦ୍ଧ ପାଇଁ ଚତୁର୍ଥ ଅସ୍ତ୍ର ମିଳିଲା।

- Advertisement -

–କୋଭାକ୍ସିନ, କୋଭିସିଲ୍ଡ, ସ୍ଫୁଟନିକ-ଭି ପରେ ମଡର୍ଣ୍ଣା ଟିକା କରୋନା କବଚ ଭାବେ କାମ କରିବ। ସ୍ତନ୍ୟପାନ କରାଉଥିବା ମହିଳା ଏଥିରୁ ଯେ କୌଣସି ଟିକା ନେଇପାରିବେ। ଫାଇଜର ପାଇଁ ମଧ୍ୟ କଥାବାର୍ତ୍ତା ଚାଲିଥିବା କହିଲେ ନୀତି ଆୟୋଗ ସଦସ୍ୟ ଡା.ଭି.କେ.ପଲ।

–କେନ୍ଦ୍ର ଯୁଗ୍ମ ସ୍ବାସ୍ଥ୍ୟ ସଚିବ ଲବ ଅଗ୍ରୱାଲଙ୍କ ସୂଚନା-ସାରା ଦେଶରେ ସଂକ୍ରମଣ ହାର ହ୍ରାସ ପାଉଛି। ଦୈନିକ ସଂକ୍ରମଣ ହାରାହାରି ୪୮ହଜାରରେ ସୀମିତ। ଦେଶରେ ଦୈନିକ ୪୦ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଉଛି।

–୧୬୩ ଦିନରେ ରେକର୍ଡ ସଂଖ୍ୟକ ୩୨କୋଟି ଟିକାକରଣ କରାଯାଇଛି। ଆରୋଗ୍ୟ ହାର ୯୬.୯%; ୨୭.୨୭କୋଟିଙ୍କୁ ପ୍ରଥମ ପାନ ଟିକା ମିଳିଛି।

–ନୂଆ ଭୟ: ସାଇଟୋମେଗାଲୋ ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଛନ୍ତି କରୋନା ରୋଗୀ, ଦେଶରେ ୫ ମାମଲା

–କମିସନରେଟ ପୁଲିସକୁ ମିଳିଛି ବଡ ସଫଳାତା । ୭ ସାଇବର ଲୁଟେରା ଗିରଫ, ୧୫୦ ମୋବାଇଲ ସହ ୧୬ ହଜାର ସିମ କାର୍ଡ ଜବତ-ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶନୀଙ୍କ ସୂଚନା

–କାଶ୍ମୀରର ଡାଲ ହ୍ରଦ ଉପରେ ଡ୍ରୋନ ଠାବ। ଡ୍ରୋନକୁ ଠାବ କରାଯିବା ପରେ ପୁଲିସ ତାହାକୁ ତଳକୁ ଖସାଇଦେବା ସହିତ ଜବତ କରିଛି ଏବଂ ଏକ ଏତଲା ଦାଏର କରିଛି -କାଶ୍ମୀର ଜୋନ୍‍ ଆରକ୍ଷୀ ମହାନିରୀକ୍ଷକ ବିଜୟ କୁମାରଙ୍କ ସୂଚନା

–ରାଜ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଅଧିକ ସୁଦୃଢ କରାଯିବ; ୫ ବର୍ଷରେ ଖର୍ଚ୍ଚ ହେବ ୨୪୫୪ କୋଟି

–ଜୁଲାଇ ପର୍ୟ୍ୟନ୍ତ ‘ଏକ ରାଷ୍ଟ୍ର, ଏକ ପଡିକାର୍ଡ’ ଯୋଜନା ବଳବତ୍ତର ରଖ- ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

–ଉତ୍ତରପ୍ରଦେଶର ଫିରୋଜାବାଦରେ ମର୍ମନ୍ତୁଦ ଦୁର୍ଘଟଣା ; ୫ ମୃତ

–ଜମ୍ମୁ ବାୟୁସେନା ଘାଟି ଆକ୍ରମଣ ଘଟଣା: ତଦନ୍ତଭାର ଏନଆଇଏକୁ ହସ୍ତାନ୍ତର

–ଏଲଏସିରେ ଛଅମାସ ମଧ୍ୟରେ ଚାଇନା ୧୦୦ରୁ ଅଧିକ ସାମରିକ ଡ୍ରିଲ କରିଛି

–କୋଭିଡ ପାଇଁ ପାକିସ୍ତାନରେ ଅଟକି ଥିବା ୩୬୦ ଭାରତୀୟ ସ୍ୱଦେଶ ଫେରିଲେ

–ସିରିୟାସ୍ଥିତ ଆମେରିକାର ସାମରିକ ଘାଟି ଉପରେ ବୋମାମାଡ

–ଦେଶରେ ଆବଶ୍ୟକ ଅମ୍ଲଜାନକୁ ଏକ ତୃତୀୟାଂଶ ଖର୍ଚ୍ଚରେ ପ୍ରସ୍ତୁତ ପାଇଁ ମେସିନ୍ ତିଆରି କରି ଚର୍ଚ୍ଚାରେ ଲକ୍ଷ୍ମଣ ଦୁଣ୍ଡି

–ରାଜ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଅଧିକ ସୁଦୃଢ କରାଯିବ; ୫ ବର୍ଷରେ ଖର୍ଚ୍ଚ ହେବ ୨୪୫୪ କୋଟି

–ମାଟ୍ରିକ ମୂଲ୍ୟାୟନ ଦ୍ୱନ୍ଦ ଦୂର ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ; ୨୦୧୭,୨୦୧୮,୨୦୧୯,୨୦୨୦ ପ୍ରଦର୍ଶନକୁ ନେଇ ବିଚାର ହୋଇଛି। ସିବିଏସଇ ପଦ୍ଧତିକୁ ମଧ୍ୟ ଅନୁସରଣ କରାଯାଇଛି

–ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୬୪୦ ଜଣ ନୂଆ କରୋସଂ ସଂକ୍ରମିତଙ୍କୁ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୫୧୭ ଓ ସ୍ଥାନୀୟ ସଂକ୍ରମିତ ୧୧୨୩

–ରାଜ୍ୟରେ ଆଉ ୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭ ମୃତ

–ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭,୫୬୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ। ଗୋଟିଏ ଦିନରେ  କରୋନାରୁ ଆରୋଗ୍ୟଲାଭ ୫୬,୯୯୪ ଜଣ

–ଗୋଟିଏ ଦିନରେ ୯୦୭ କରୋନା ସଂକ୍ରମିତଙ୍କର ମୃତ୍ୟୁ  ; କରୋନା ଜନିତ ମୃତ୍ୟୁସଂଖ୍ୟା ୩,୯୭,୬୩୭

–ଫେସ୍‌ବୁକ୍‌ ଓ ଗୁଗୁଲ୍‌କୁ ସଂସଦୀୟ କମିଟିର ସମନ ; ଆଜି ଅପରାହ୍ଣ ୪ଟାରେ ହାଜର ହେବାକୁ ନିର୍ଦେଶ

–ରାଜ୍ୟପାଳ ଧନକର ଦୁର୍ନୀତିଗ୍ରସ୍ତ, ତାଙ୍କୁ ବରଖାସ୍ତ କରାଯାଉ: ମମତା

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories