www.samajalive.in
Friday, December 12, 2025
14.1 C
Bhubaneswar

ଜାହ୍ନବୀଙ୍କ ଦାୟିତ୍ବ ନେଲେ ପ୍ରିୟଙ୍କା

ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନଙ୍କ ବହୁ ଚର୍ଚ୍ଚିତ ‘ନିର୍ବନ୍ଧ’ ହେବା ପରେ ପ୍ରିୟଙ୍କା ଏବେ କିଛିଦିନ ପାଇଁ ମୁମ୍ବଇରେ ପରିବାରବର୍ଗଙ୍କ ସହ ସମୟ କାଟୁଛନ୍ତି। ଏଇ କିଛିଦିନ ତଳର ଘଟଣା। ସ୍ବର୍ଗୀୟ ପିତାଙ୍କ ଜନ୍ମଦିନ ପାଳନ ନିମନ୍ତେ ପ୍ରିୟଙ୍କା ମା’ ମଧୁ ଚୋପ୍ରାଙ୍କ ସହ ମୁମ୍ବଇର ଏକ ନାମୀ ରେସ୍ତୋରାଁରେ ପାର୍ଟିର ଆୟୋଜନ କରିଥିଲେ। ହାତଗଣତି କେତେଜଣ ବନ୍ଧୁଙ୍କୁ ସେ ଏଥିରେ ନିମନ୍ତ୍ରଣ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ନବାଗତା ଜାହ୍ନବୀ କପୁର। ପାର୍ଟି ଶେଷ ପରେ ପ୍ରିୟଙ୍କା ଗଣମାଧ୍ୟମକୁ କହିଥିଲେ, ସ୍ବର୍ଗୀୟା ଶ୍ରୀଦେବୀଙ୍କର ସେ ଖୁବ୍ ଅନ୍ତରଙ୍ଗ ଥିଲେ। ଜାହ୍ନବୀଙ୍କୁ ସେ ପିଲାଦିନୁ ଦେଖିଛନ୍ତି। ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ‘ଧଡ଼କ’ ଦେଖିବା ପରେ ପ୍ରିୟଙ୍କାଙ୍କ ମତ ହେଉଛି ଜାହ୍ନବୀ ସୁପରଷ୍ଟାର୍‌ ହେବା ନିଶ୍ଚିତ। ଏହା ସହ ଜାହ୍ନବୀଙ୍କ ପଥପ୍ରଦର୍ଶକର ଦାୟିତ୍ବ ନେଇଛନ୍ତି ପ୍ରିୟଙ୍କା। ଏ ଖବର ଶୁଣିବା ପରେ ସମୀକ୍ଷକଙ୍କ ମତ ଯେ ବୋଧହୁଏ ପ୍ରିୟଙ୍କା ନବାଗତ ଜାହ୍ନବୀଙ୍କୁ ହଲିଉଡକୁ ନେବାର ଯୋଜନା କରିସାରିଲେଣି। ସତ କଥା କ’ଣ, ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories