ଭୁବନେଶ୍ବର: ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ସୁରେଶ କୁମାର ବଶିଷ୍ଠଙ୍କୁ କୃଷି ଓ ସଶକ୍ତିକରଣ ବିଭାଗ କମିଶନର, ଭୁପେନ୍ଦ୍ର ସିଂହ ପୁନିଆଙ୍କୁ ଇପିକଲ ପରିଚାଳନା ନିର୍ଦେଶକ, ପ୍ରେମଚନ୍ଦ୍ର ଚୌଧୁରୀ ହେଲେ ଡବ୍ଲ୍ୟୁଓଡିସିର ସିଇଓ। ବଦଳିଲେ ମାଲକାନଗିରି ଜିଲାପାଳ ଡ. ୱାଇ.ବିଜୟ। ତାଙ୍କ ବଦଳରେ ବିଶାଲ ସିଂହଙ୍କୁ ମାଲକାନଗିରି ଜିଲାପାଳ ଦାୟିତ୍ବ ଦିଆଯାଇଛି। ସେହିପରି ମୋନିଷା ବାନାର୍ଜୀଙ୍କୁ ବରଗଡ଼ ଜିଲାପାଳ ଏବଂ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଜିଲାପାଳ ଭାବେ ବଦଳି କରାଯାଇଛି। ଅାବୋଲୀ ସୁନୀଲ ନରଭଣେ ହେଲେ ସୁବର୍ଣ୍ଣପୁର ଜିଲାପାଳ, ଅନୁପମ ଶାହା ହେଲେ ଓସେପାର ପ୍ରକଳ୍ପ ନିର୍ଦେଶକ ଏବଂ ସୋମେଶ କୁମାର ଉପାଧ୍ୟାୟଙ୍କୁ କଳାହାଣ୍ଡିର ପିଡି ଡିଆରଡିଏ, ଅନ୍ୟା ଦାସଙ୍କୁ ବାରିପଦା ଉପଜିଲାପାଳ, ମହାଜନ ମନୋଜ ସତ୍ୟବାନଙ୍କୁ ଟିଟିଲାଗଡ଼ ଉପଜିଲାପାଳ, ପାୱାର ସଚିନ ଧର୍ମଗଡ଼ ଉପଜିଲାପାଳ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।
Popular Categories



