www.samajalive.in
Saturday, December 13, 2025
14.1 C
Bhubaneswar

କୋଭାଭାକ୍ସର ଉତ୍ପାଦନ ଆରମ୍ଭ କଲା ସିରମ୍‌

ପୁଣେ : ଆମେରିକାର ଔଷଧ କମ୍ପାନୀ ନୋଭାଭାକ୍ସ ଦ୍ବାରା ବିକଶିତ କରୋନା ଟିକାକୁ ଭାରତରେ ଉତ୍ପାଦନ ଆରମ୍ଭ କରିଛି ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଆଇଆଇ)। ନୋଭାଭାକ୍ସର ଭାରତ ଉତ୍ପାଦିତ ଟିକାର ନାମ କୋଭାଭାକ୍ସ ରଖାଯାଇଛି। ଏସ୍‌ଆଇଆଇର ପୁଣେସ୍ଥିତ ପରୀକ୍ଷାଗାରରେ ଏହି ଟିକାର ଉତ୍ପାଦନ ଆରମ୍ଭ ହୋଇଛି। ୨୦୨୦ ସେପ୍ଟେମ୍ବରରେ ନୋଭାଭାକ୍ସ ଓ ସିରମ୍ ଇନଷ୍ଟିଚ୍ୟୁଟ୍ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଟିକା ତିଆରି ଆରମ୍ଭ କରିଛି। ଉତ୍ପାଦିତ ଟିକାକୁ ଏସଆଇଆଇ ଭାରତରେ ପରୀକ୍ଷା କରିବା ପରେ ଏହାର ବ୍ୟବହାର କରାଯିବ। ସେପ୍ଯେମ୍ବର ସୁଦ୍ଧା ଏହା ବଜାରକୁ ଆସିପାରେ। ଜୁନ୍ ୧୪ରେ ନୋଭାଭାକ୍ସ ପକ୍ଷରୁ ଦିଆଯାଇଥିବା ବିବୃତିରେ କୁହାଯାଇଥିଲା ଯେ ଏହାର ପ୍ରସ୍ତୁତ ଟିକା ‘ଏନଭିଏକ୍ସ-ସିଓଭି୨୩୭୩’ ଶତ ପ୍ରତିଶତ ପ୍ରଭାବଶାଳୀ। ଏହା ଗୁରୁତର ଆକ୍ରାନ୍ତଙ୍କ କ୍ଷେତ୍ରରେ ୯୦.୪ ପ୍ରଭାବୀ ରହିଥାଏ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories