www.samajalive.in
Saturday, December 13, 2025
26.1 C
Bhubaneswar

କୋଭିଡର ତୃତୀୟ ଲହର ମୁକାବିଲା ପାଇଁ ୨୦,୦୦୦ କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ସମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା କରିବା ସକାଶେ କେନ୍ଦ ସରକାର ୨୦ ହଜାର କୋଟି ଟଙ୍କାର ଏକ ଜରୁରିକାଳୀନ ପ୍ୟାକେଜ ପ୍ରସ୍ତୁତ କରୁଥିବା ଜଣାଯାଇଛି। କୋଭିଡର ତୃତୀୟ ଲହର ଦେଖାଦେଲେ ତାହାର ପ୍ରଭାବ ହ୍ରାସ କରିବା ଏହି ପ୍ୟାକେଜର ଲକ୍ଷ୍ୟ ହେବ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି। ସଂପ୍ରତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ଅର୍ଥ ମନ୍ତ୍ରଣାଳୟ ଏହି ପ୍ୟାକେଜ ପ୍ରସ୍ତୁତିରେ ଲାଗିଛନ୍ତି ଏବଂ ତାହା କ୍ୟାବିନେଟ ଅନୁମୋନ ଲାଭ କରିବାପରେ ଘୋଷଣା କରାଯିବ।
ପ୍ୟାକେଜରେ ବ୍ୟବସ୍ଥା କରାଯାଉଥିବା ଅର୍ଥକୁ ସ୍ୱତନ୍ତ୍ର କୋଭିଡ ଚିକିତ୍ସା ସୁବିଧାରେ ଉନ୍ନତି ସାଧନ, ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ବୃଦ୍ଧି, ଅତ୍ୟାବଶ୍ୟକ ଔଷଧ ଓ ଉପକରଣ ଖରିଦ, ଜାତୀୟ ଓ ରାଜ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ଏବଂ ଅଧିକ ସଂଖ୍ୟାରେ ଲାବୋରେଟୋରୀ ଓ ପରୀକ୍ଷଣ କେନ୍ଦ୍ର ସ୍ଥାପନ ଦିଗରେ ବିନିଯୋଗ କରାଯିବ। ଦେଶରେ ଡେଲଟା ପ୍ଲସ୍‍ ଭାରିଆଣ୍ଟ ଠାବ କରାଯିବା ସହିତ କେତେକ ରାଜ୍ୟରେ ସଂକ୍ରମଣ ପୁନଃ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏଭହି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଶେଷକରି ମହାରାଷ୍ଟ୍ରରେ ସଂପ୍ରତି ଦୈନିକ ସଂକ୍ରମଣ ସଂଖ୍ୟା ପୁଣି ଉପରମୁହାଁ ହେବା ଆରମ୍ଭ କରିଛି। ଏହି ପ୍ୟାକେଜ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ କରାଯିବ ବୋଲି ସରକାର ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories