www.samajalive.in
Wednesday, December 10, 2025
23.1 C
Bhubaneswar

ବଜ୍ରାଘାତରେ ଦୁଇ ଶ୍ରମିକ ଗୁରୁତର

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କେଲୁଆପଲ୍ଲୀ ପଞ୍ଚାୟତ ଅଧିନସ୍ଥ କେଲୁଆପଲ୍ଲୀଠାରେ ଥିବା ବେଢ଼ା ବନ୍ଧ ପୋଖରୀ ପୁନରୁଦ୍ଧାର କାର୍ୟ୍ୟରେ ନିୟୋଜିତ ରହିଥିବା ଦୁଇ ଶ୍ରମିକ ବଜ୍ରାଘାତରେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ଦୁଇ ଶ୍ରମିକ ତେର ପେଣ୍ଠ ଗ୍ରାମର କାମ୍ପ ବେହେଊ(୪୦) ଓ ଅନ୍ୟ ଜଣେ ଜଗନ୍ନାଥ ବେହେରା (୩୨) ବୋଲି ଜଣାପଡିଛି। ବର୍ତମାନ ଉଭୟେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। କେଲୁଆପଲ୍ଲୀ ଗାଁରେ ଥିବା ବେଢା ବନ୍ଧ ପୁନରୁଦ୍ଧାର କାର୍ୟ୍ୟ ଏମ ଏନ ଆର ଜି ଏସରେ ଚାଲୁ ରହିଥିବା ବେଳେ ଏଥି ନିମନ୍ତେ ୭ ଲକ୍ଷ ଟଙ୍କାର ପାଣ୍ଠି ବରାଦ କରାଯାଇଛି।ଗତ ଏକ ମାସ ତଳୁ ପୋଖରୀର ମାଟା ଖନନ କାର୍ୟ୍ୟ ଚାଲୁ ରହିଥିବା ସହ ବର୍ତ୍ତମାନ ମାତ୍ର ୫୦ ଶତକଡା କାର୍ୟ୍ୟ ସରିପାରିଛି। ଅଜି ସବୁଦିନ ଭଳି ପ୍ରାୟ ୫୦ ଜଣ ଜବକାର୍ଡଧାରୀ ଶ୍ରମିକ କାର୍ୟ୍ୟରେ ନିୟୋଜିତ ରହିଥିଲେ। ଅପରାହ୍ନ ସାଢେ଼ ତିନିଟା ବେଳେ ଅଚାନକ ବର୍ଷ ହେବା ସହ ବଜ୍ରପାତା ହେବା ଯୋଗୁଁ ଶ୍ରମିକ ଭାବେ କାର୍ୟ୍ୟ କରୁଥିବା କାମ୍ପ ଓ ଜଗନ୍ନାଥ ଆହାତ ହେବା ସହ ଅଚେତ ହୋଇଯାଇଥିଲେ। ଘଟଣା ପରେ ଶ୍ରମିକଙ୍କ ମଧ୍ୟରେ ହୋ ହାଲ୍ଲା ହେବା ଯୋଗୁଁ ନିକଟରେ ଥିବା ଏକ କିଆଫୁଲ ଭାଟିର କିଛି ଲୋକ ଆହାତ ଦୁଇଜଣଙ୍କୁ ଏକ ଅଟୋ ଯୋଗେ ତୁରନ୍ତ କେଲୁଆପଲ୍ଲୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ। ସେଠାରେ ଆହାତ ଦୁଇଜଣଙ୍କ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ଅଧିକ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଥିବା କେନ୍ଦ୍ରର ଡାକ୍ତର ଡଃ ଏସ ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟ ପଟେ ବ୍ଲକ ପ୍ରଶାସନ ପକ୍ଷରୁ ଆହାତ ଦୁଇ ଶ୍ରମିକ ଙ୍କ ଚିକିତ୍ସା ନିମନ୍ତେ ଏମ ଏନ ଆର ଜି ଏସ କଣ୍ଟିଜେନିସି ପାଣ୍ଠି ରୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଥିବା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ସୂଚନା ଦେବା ସହ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଜୁନ ୧୩ ପୂର୍ବରୁ ସମସ୍ତ ପୋଖରୀ ପୁନରୁଦ୍ଧାର କାର୍ୟ୍ୟ ସାରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ରହିଥିବା ବେଳେ ବର୍ଷା ଋତୁ ଆରମ୍ଭ ହୋଇ ଯାଇଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ କିପରି ଭାବରେ ପୋଖରୀ ଖନନ କାର୍ୟ୍ୟ ଚାଲୁ ରହିଥିଲା ତାହା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପାତ୍ରଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ବିଭାଗୀୟ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ଯେଉଁ ପୋଖରୀମାନଙ୍କରେ ପାଣି ଶୁଖି ଯାଇଥିବ ସେଠାରେ କାମ ଚାଲି ପାରିବ ବୋଲି ମତପୋଷଣ କରିଥିଲେ। ଆହାତ ଦୁଇ ଶ୍ରମିକଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories