www.samajalive.in
Saturday, December 13, 2025
21.1 C
Bhubaneswar

ମିଲର ମାଲେମାଲ; ମଣ୍ଡିରେ ତିନ୍ତୁଛି ଧାନ : କଂଗ୍ରେସ

ଭୁବନେଶ୍ୱେର  : ରାଜ୍ୟ ସରକାର ରବି ଋତୁରେ ଚାଷୀଙ୍କଠାରୁ ମେ ୧ ରୁ ଜୁନ୍-୩୦ ମଧ୍ୟରେ ସବୁ ବଳକା ଧାନ କ୍ରୟ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ମୋଟ୍ ୨ ଲକ୍ଷ ୩୨ ହଜାର ୬୦୧ ଜଣ ଚାଷୀ ସେମାନଙ୍କର ନାମ ପଞ୍ଜୀକରଣ କରିଥିଲେ। ସରକାର କହିଥିଲେ ରବିର ୧୭ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ପରେ ଆଉ ଯେତେ ବଳକା ଧାନ ରହିବ, ସବୁ ଧାନ ଚାଷୀଙ୍କଠାରୁ କିଣିବେ। ବର୍ତ୍ତମାନ ରବି ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା ଏବଂ ଚାଷୀଙ୍କ ଟୋକନ ଲାପ୍ସ, ଧାନ କିଣାରେ ଆକଳନ ଅନୁଯାୟୀ ମଣ୍ଡିକୁ ଟାର୍ଗେଟ ଦିଆଯାଉ ନାହିଁ, ମିଲର୍ସମାନେ ସର୍ବେସର୍ବା। ମିଲର ଚାଷୀଙ୍କଠାରୁ ଶାଗମାଛ ମୂଲ୍ୟରେ କିପରି ଧାନ କିଣିବ ସେଥିପାଇଁ ସୁଯୋଗ ଉଣ୍ଡୁଛି। ବହୁ ମଣ୍ଡିରେ ହଜାର ହଜାର ବସ୍ତା ଧାନ ଗଜା ହେଲାଣି। ଚାଷୀ ଦୁର୍ଦଶା ଭିତରେ ରହିଥିବା ବେଳେ ସରକାର ଶୋଇଛନ୍ତି ବୋଲି ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଅଭିଯୋଗ କରିଛନ୍ତି।
ଗତ ଖରିଫରେ ୧୪ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ଧାନ ବିକିବା ପାଇଁ ସେମାନଙ୍କ ନାମ ପଞ୍ଜୀକରଣ କରିଥିବା ବେଳେ ସରକାର ସେଥିମଧ୍ୟରୁ ପ୍ରାୟ ୨ ଲକ୍ଷରୁ ଅଧିକ ଚାଷୀଙ୍କଠାରୁ ଧାନ ଆଦୌ କ୍ରୟ କରି ନାହାନ୍ତି। ଏହି ଦୃଷ୍ଟିରୁ ଚାଷୀ ରବି ଋତୁରେ ଅମଳ ଧାନର ଅବଧି ମଧ୍ୟରେ କ୍ରୟ କରିବା ସନ୍ଦେହ ସୃଷ୍ଟି ହେଉଛି। ବିଭାଗୀୟ ମନ୍ତ୍ରୀ ରବି ଧାନ କିଣାରେ ଯେଉଁ ସଫେଇ ଦେଉଛନ୍ତି ଏହା ଚାଷୀଙ୍କ ସ୍ୱାର୍ଥରେ ନୁହେଁ, ମିଲର ଓ ସରକାରଙ୍କ ସ୍ୱାର୍ଥରେ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି।
ଯଦି ଆସନ୍ତା ୩୦ ତାରିଖ ମଧ୍ୟରେ ଚାଷୀଙ୍କଠାରୁ ସବୁ ବଳକା ଧାନ କିଣା ନ ଯାଏ ତେବେ ଆସନ୍ତା ଜୁଲାଇ ୧ ତାରିଖଠାରୁ ରାଜ୍ୟର ସମସ୍ତ ଜିଲା ଖାଦ୍ୟ ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ କିଷାନ କଂଗ୍ରେସ ତରଫରୁ ଧାରଣା ଓ ପ୍ରତିବାଦ କରାଯିବ ବୋଲି କଂଗ୍ରେସ କହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ।

୨୫ରେ ଯୋଗାଣ ନିଗମ ଘେରିବ ବିଜେପି କୃଷକ ମୋର୍ଚ୍ଚା
ରାଜ୍ୟ ସରକାରଙ୍କ ଟୋକନ ଓ ଟାର୍ଗେଟର ଅବ୍ୟବସ୍ଥାକୁ ନେଇ ବିଜେପି ପକ୍ଷରୁ ସରକାରଙ୍କୁ ଘେରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏନେଇ ଗତକାଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କେନ୍ଦ୍ରୀୟ ଟିମର ତଦନ୍ତ ରିପୋର୍ଟକୁ ନେଇ ସରକାରଙ୍କ ଉପରେ ବର୍ଷି ଥିବାବେଳେ ଆଜି ଆନ୍ଦୋଳନର ଧମକ ଦେଇଛନ୍ତି।
ଶ୍ରୀ ପୁରୋହିତ କହିଛନ୍ତି ଯେ ରାଜ୍ୟ ସରକାର ଯାହା କହୁଛନ୍ତି ତାହାକୁ ବାସ୍ତବରେ କାର୍ଯ୍ୟକାରୀ କରୁନାହାନ୍ତି। ଫଳରେ ଚାଷୀମାନଙ୍କ ଉତ୍ପାଦିତ ଫସଲ ବିକ୍ରି ନ ହୋଇ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ମିଲର୍ସ ଓ ସରକାରଙ୍କ ସଲାସୁତୁରା ଯୋଗୁଁ ଚାଷୀ କାନ୍ଦୁଛନ୍ତି। ଏହାକୁ ନେଇ ସବୁ ଜିଲାରେ ଚାଷୀଙ୍କ ଅସନ୍ତୋଷ ବଢ଼ୁଛି, ତେଣୁ ଆସନ୍ତା ୨୫ତାରିଖ ପୂର୍ବାହ୍ନ ସାଢ଼େ ୯ଟାରେ ନୂଆପଲ୍ଲୀସ୍ଥିତ ଯୋଗାଣ ନିଗମ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ସେ କହିଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories