www.samajalive.in
Friday, December 12, 2025
16.1 C
Bhubaneswar

କେରଳବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା

କୋଚି : ଶତାବ୍ଦୀର ଭୟଙ୍କର ବନ୍ୟାର ବିଷାଦର ଛାୟା ରହିଥିବା ବେଳେ ପରସ୍ପରର ଦୁଃଖରେ ସମଦୁଃଖୀ ହୋଇ ଶନିବାର ପବିତ୍ର ଓଣମ୍‍ ଉତ୍ସବ ପାଳନ କରିଛନ୍ତି ରାଜ୍ୟବାସୀ। ରିଲିଫ୍‍ କ୍ୟାମ୍ପରେ ଆଶ୍ରୟ ନେଇଥିବା ଲୋକଙ୍କୁ ଆହାର ତଥା ସହାୟତା ପ୍ରଦାନ କରିବାରେ କଟିଛି କେରଳବାସୀଙ୍କ ଏହି ପର୍ବର ଦିନ। ଅନ୍ୟପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳବାସୀଙ୍କୁ ଓଣମର ଶୁଭେଚ୍ଛା ଜଣାଇଛନ୍ତି। ବନ୍ୟା ପରେ ଏକ ନୂତନ ଜୀବନ ଆରମ୍ଭ କରିବା ନେଇ ରାଷ୍ଟ୍ରପତି କୋବିନ୍ଦ ସେମାନଙ୍କୁ ନିଜର ଶୁଭକାମନା ଜଣାଇଛନ୍ତି। ବର୍ତ୍ତମାନର ଦୁଃସମୟରେ ସମଗ୍ର ଦେଶବାସୀ ସହାୟତା ପାଇଁ ସେମାନଙ୍କ ସହିତ ଛିଡା ହୋଇଛନ୍ତି ବୋଲି ମୋଦୀ କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ବିଜେପି ଅଧ୍ୟକ୍ଷ ଅମିତ୍‍ ଶାହାଙ୍କ ସମେତ ଦେଶର ବହୁ ବିଶିଷ୍ଟ ରାଜନେତା ରାଜ୍ୟବାସୀଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ନିମନ୍ତେ ଏହି ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ରାଜ୍ୟର ଏହି ଦୁର୍ଦିନରେ କେରଳବାସୀଙ୍କ ପ୍ରତି ବିଶେଷ ସମବେଦନା ପ୍ରକାଶ ପୂର୍ବକ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‍ ନିବେଦନ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories