www.samajalive.in
Sunday, December 14, 2025
26.1 C
Bhubaneswar

ବରପାଲି ପଦାର୍ଥ ବିଜ୍ଞାନ ଛାତ୍ର ଦ୍ୱୟଙ୍କ କୃତିତ୍ୱ

ବରପାଲି : ବରପାଲି ଲିଟିଲ ଏଞ୍ଜେଲ୍ସ ପବ୍ଲିକ ସ୍କୁଲ ଦଶମ ଶ୍ରେଣି ଛାତ୍ର ଦ୍ୱୟ ଏମ ସାଇକ୍ରିଷ୍ଣା ଓ ସାତ୍ୱିକ ପରାଶର ବେହେରା ଆମେରିକା ନାସା ଦ୍ୱାରା ପ୍ରସ୍ତୁତ ଏଏସ ଆର ୭-ରକେଟ ପ୍ରକଳ୍ପ ପ୍ରସ୍ତୁତକାରୀ ବୈଜ୍ଞାନିକ ଦଳ ଭାବେରେ ସାମିଲ ହୋଇଛନ୍ତି।
ଆଗାମି ୨୪ତାରିଖ ଆମେରିକା ଭର୍ଜିନିଆ ସ୍ଥିତ ନାସା କେନ୍ଦ୍ରରୁ ଏଏସଆର ୭-ରକେଟ ଦ୍ୱାରା ମହାକାଶକୁ ଭୁବନେଶ୍ୱର ୟଙ୍ଗ ଟିଙ୍କର ଏକାଡ଼େମୀର ପ୍ରଶିକ୍ôଷତ ରାଜ୍ୟର ୭ଜଣ ଛାତ୍ର ଓ ଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ପରିକ୍ଷଣ ଭର୍ଚୁଆଲ ମାଧ୍ୟମରେ ପଠାଇବା ନିମନ୍ତେ ମନୋନିତ ହୋଇଛନ୍ତି। ଉକ୍ତ ବୈଜ୍ଞାନିକ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବରପାଲି ଲିଟିଲ ଏଞ୍ଜେଲ୍ସ ପବ୍ଲିକ ସ୍କୁଲର ଦୁଇଜଣ ଛାତ୍ର ଏମ ସାଇ କ୍ରିଷ୍ଣା ଓ ପରାଶର ବେହେରା ସାମିଲ ହୋଇ ଅଚଂଳକୁ ଗୈାରବାନ୍ୱିତ କରି ପାରିଛନ୍ତି।
ଗତ ବର୍ଷ ସେପ୍ଟେମ୍ବର ମାସ ଲକଡ଼ାଉନ ସମୟରେ ୟଙ୍ଗ ଟିଙ୍କର ଏକାଡ଼େମୀ ପ୍ରଶିକ୍ଷକ ଅନୀଲ ପଧାନ ଓ ବୈଶାଳୀ ଶର୍ମାଙ୍କ ତତ୍ୱାଧାନରେ ଅନଲାଇନ ମାଧ୍ୟମରେ ପ୍ରକଳ୍ପ କାର୍ଯ୍ୟ ଛାତ୍ର ମାନେ ଆରମ୍ଭ କରିଥିଲେ। ନିଜର ଅଧ୍ୟାବସାୟ ବଳରେ ଅନ୍ତରିକ୍ଷକୁ ନିଜର ସଫଳ ପରିକ୍ଷଣ ପ୍ରେରଣ କରିବେ। ଛାତ୍ର ଦ୍ୱୟ ମହାଶୂନ୍ୟ ଯନ୍ତ୍ରୀ ହେବାକୁ ମନସ୍ଥ କରିଥିବା ବେଳେ ପୁର୍ବରୁ ଭୁବନେଶ୍ୱରରେ ଆୟୋଜିତ ଆଞ୍ଚଳିକ ବିଜ୍ଞାନ ପଦର୍ଶନୀ ମାନଙ୍କରେ ପ୍ରତିନିଧି ଭାବରେ ଭାଗ ନେଇ ବିଜ୍ଞାନ ସମ୍ବନ୍ଧିୟ ପ୍ରକଳ୍ପ,ସେମିନାର ଉପସ୍ଥାପନ ମାଧ୍ୟମରେ ବହୁ ଉଚ୍ଚ କୋଟିର ବକ୍ତବ୍ୟ ମାନ ରଖିଥିଲେ।

ଏମ ସାଇ କ୍ରିଷ୍ଣା ମୃତ୍ୟୁଞ୍ଜୟ ସାହୁ ଓ ମିନତୀ ପଧାନଙ୍କ ପୁତ୍ର ହୋଇଥିବା ବେଳେ ସାତ୍ୱିକ ପରାଶର ବାସୁଦେବ ବେହେରା ଓ ରଞ୍ଜିତା ବେହେରାଙ୍କ ସୁପୁତ୍ର ଅଟନ୍ତି। ଭବିଷ୍ୟତରେ ଛାତ୍ରଦ୍ୱୟ ଗ୍ରହ ନକ୍ଷତ୍ର ସମ୍ବନ୍ଧିୟ ପଦାର୍ଥ ବିଜ୍ଞାନୀ ବୈଜ୍ଞାନିକ ହେବାକୁ ମନସ୍ଥ କରିଛନ୍ତି। ଛାତ୍ର ମାନଙ୍କ କୃତିତ୍ୱକୁ ନେଇ ବିଦ୍ୟାଳୟ ନିର୍ଦେଶିକା ସୁନିତା ମୁଣ୍ଡ,ସଭାପତି ଡ଼ା.ସୁବ୍ରତ ମୁଣ୍ଡଙ୍କ ସମେତ ଅଧ୍ୟାପନା ମଣ୍ଡଳି ଓ ଅଭିଭାବକ ମଣ୍ଡଳି କୃତଜ୍ଞତା ଜଣାଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories