www.samajalive.in
Friday, December 12, 2025
16.1 C
Bhubaneswar

ସତୀଶ ରେଡ୍ଡି ଡିଆରଡିଓ ମୁଖ୍ୟ

ନୂଆଦିଲ୍ଲୀ : ଲବ୍ଧପ୍ରତିଷ୍ଠ ମହାକାଶ ବିଜ୍ଞାନୀ ଜି.ସତୀଶ ରେଡ୍ଡିଙ୍କୁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ମୁଖ୍ୟ ଓ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ବିଭାଗ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଶନିବାର ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ରେଡ୍ଡିଙ୍କ ନୂଆ ନିଯୁକ୍ତିକୁ ଅନୁମୋଦନ କରିଛି। ସେ ଦୁଇବର୍ଷ ପାଇଁ ଏହି ପଦରେ ରହିବେ। ପୂର୍ବରୁ ଏହି ପଦରେ ଥିବା ଏସ ଖ୍ରୀଷ୍ଟୋଫର ଜୁନ୍‍ରେ ଅବସର ଗ୍ରହଣ କରିସାରିଛନ୍ତି। ରେଡ୍ଡି ଏବେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୈଜ୍ଞାନିକ ଉପଦେଷ୍ଟା ଅଛନ୍ତି। କ୍ଷେପଣାସ୍ତ୍ର ବ୍ୟବସ୍ଥାର ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ରେଡ୍ଡି ବେଶ ଜଣାଶୁଣା। ଏହା ସହିତ ମହାକାଶ ଜ୍ଞାନକୌଶଳ ଓ ଶିଳ୍ପ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଛି। ଜବାହାରଲାଲ ନେହେରୁ ଟେକ୍ନୋଲୋଜିକାଲ ୟୁନିଭର୍ସିଟି (ଜେଏନଟିୟୁ)ରୁ ସେ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଏହା ସହିତ ଅନେକ ବିଦେଶୀ ଶିକ୍ଷାନୁଷ୍ଠାନରୁ ସେ ବୈଷୟିକ ଡିଗ୍ରୀ ହାସଲ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories