www.samajalive.in
Sunday, December 14, 2025
26.1 C
Bhubaneswar

ମାସିକ ୫ ହଜାର ଟଙ୍କା ସହାୟତା ଦାବି କଲା ଗଂଜାମ ଘରୋଇ ବସ କର୍ମଚାରୀ ସଂଘ; ଆରଡିସିଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର: ଦୀର୍ଘ ମାସ ହେବ ରୋଜଗାର ହରାଇ ଘରେ ବସିଥିବା ଗଂଜାମ ଘରୋଇ ବସ କର୍ମଚାରୀମାନେ ଆର୍ଥିକ ସହାୟତା ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲା ଘରୋଇ ବସ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । କରୋନା ମହାମାରୀ ଯୋଗୁ ୨୦୨୦ ଏପ୍ରିଲ ଠାରୁ ଡିସେମ୍ବର ୨୦୨୧ରେ ଦୀର୍ଘ ମାସ ହେବ ଯାତ୍ରୀବାହୀ ଘରୋଇ ବସ ଚଳାଚଳ ବନ୍ଦ ରହିଥିବା ଯୋଗୁ ଶହ ଶହ କର୍ମଚାରୀଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡିଛି । ପରିବାର ଚଳାଇବାରେ ଅସୁବିଧା ହେଉଛି । ଗଂଜାମରେ ୪୦୦ ଯାତ୍ରୀବାହୀ ବସ ବିଭିନ୍ନ ସ୍ଥାନକୁ ଯାତାୟତ କରିଥିବା ବେଳେ ଗୋଟିଏ ବସରେ ୪ ଜଣ କର୍ମଚାରୀ କାମ କରୁଥିଲେ । ଚାଳକ, ହେଲପର, କଣ୍ଡକ୍ଟର ଓ ଚେକରଙ୍କୁ ମିଶାଇ ଜିଲାରେ ୧୫୦୦ ବସ କର୍ମଚାରୀ ଅନେକ ଦିନ ହେବ ରୋଜଗାର କରିପାରି ନଥିବାରୁ ସେମାନଙ୍କୁ ମାସିକ ୫ ହଜାର ଲେଖାଏଁ ସରକାରୀ ସହାୟତା ଯୋଗାଇଦେବାକୁ ସଙ୍ଘ ପକ୍ଷରୁ ଦାବି ହୋଇଛି । ସଙ୍ଘର ବହୁ ସଦସ୍ୟ ସୋମବାର ଦିନ ଆରଡିସି କାଯ୍ୟାଳୟକୁ ଯାଇ ସ୍ମାରକ ପତ୍ର ପ୍ରଦାନ କରିବା ସହ ବସ କର୍ମଚାରୀଙ୍କୁ ଶ୍ରମିକ କାର୍ଡ ପ୍ରଦାନ ପାଇଁ ଦାବି କରିଥିଲେ ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories