www.samajalive.in
Saturday, December 13, 2025
26.1 C
Bhubaneswar

ସରକାରୀ ଯୋଜନାର ଅସଲ ଚିତ୍ର ; ଆବାସ ଯୋଜନାରୁ ବହୁ ଦୂରରେ ଡାଳ ମାଝୀ

ନବରଙ୍ଗପୁର : ରାଜ୍ୟ ଓ କେନ୍ଦ୍ର ସରକାର ଗରୀବ ଏବଂ ଅସହାୟ ଲୋକଙ୍କ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ତେବେ ପ୍ରଶାସନକି ଅବହେଳା କାରଣରୁ ପ୍ରକୃତ ହୀତାଧିକାରୀ ଯୋଜନାର ସୁଫଳରୁ ବଞ୍ଚିତ ହେଉଛନ୍ତି। ଏଠି ଧନୀ ଲୋକ ସବୁ ସୁବିଧା ହଡପ କରୁଥିବାବେଳେ ପ୍ରକୃତ ହିତାଧିକାରୀ ଯୋଜନାର ବହୁଦୂରରେ ରହୁଛନ୍ତି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡିବ୍ଳକ ଅନ୍ତର୍ଗତ ମେଣ୍ଟ୍ରି ଗ୍ରାମର ଜଣେ ଆଦିବାସୀ ଗରୀବ ବିଧବା ମହିଳା ଡାଳ ମାଝୀ (୫୫) ତାଙ୍କର ଏକମାତ୍ର ପୁଅ ସହିତ ଝାଟିମାଟି କୁଡିଆରେ ରହି ଆସୁଥିଲେ ମଧ୍ୟ ଏହି ପରିବାରକୁ ଆବାସ ଯୋଜନାରେ ସରକାରୀ ଘର ଖଣ୍ଡିଏ ମିଳିନାହିଁ। ଦୀର୍ଘବର୍ଷ ତଳେ ସେ ତାଙ୍କର ସ୍ୱାମୀ ଓ ବଡପୁଅକୁ ହରାଇଥିବାବେଳେ ସାନ ପୁଅ ସହିତ ଏକାଠି ରହୁଛନ୍ତି। ସାନ ପୁଅ ବିବାହ କରିନଥିବାରୁ ଘରର ସମସ୍ତ ବୋଝ ଡାଳଙ୍କର ଉପରେ ରହିଛି। ସେ ଅତ୍ୟନ୍ତ ଗରୀବ ହୋଇଥିବାରୁ ପର ଘରେ କାମ କରି ଚଳି ଆସୁଛନ୍ତି। ପରଘରେ ବାସନ ମଜା ଓ ଝାଡୁମରା ଠାରୁ ନିଜଘରେ ରୋଷେଇ କାମ ପର୍ଯ୍ୟନ୍ତ ଡାକକୁ ହିଁ କରିବାକୁ ପଡ଼ିଥାଏ। ଏକ ଝାଟିମାଟି କୁଡିଆରେ ବହୁ କଷ୍ଟରେ ଚଳୁଥିବା କହିଛନ୍ତି। ଏବେ ବର୍ଷାଋତୁ ଆରମ୍ଭ ହୋଇଯାଇଥିବାବେଳେ ଘରେ ପାଣି ଗଳୁଛି ତେଣୁ ରାତ୍ରିରେ ଶୋଇବାକୁ ବହୁ ଅସୁବିଧା ହେଉଥିବା କହିଛନ୍ତି। ସରକାରୀ ସହାୟତା କେବଳ ମାସକୁ ୫କିଲୋ ଚାଉଳ ଓ ବିଧବା ଭତ୍ତାମିଳୁଛି। ଅନ୍ୟ କୈାଣସି ରୋଜଗାର ନଥିବାରୁ ବଞ୍ଚିବା ଅଧିକ ଦୁଃଖମୟ ହୋଇ ପଡ଼ିଛି। ତେବେ ସେ ଆବାସ ଯୋଜନା ପାଇଁ ସ୍ଥାନୟୀ ସରପଞ୍ଚ, ବିଡିଓଙ୍କ ନିକଟରେ ବାରମ୍ବାର ଆବେଦନ କରିଥିଲେ ମଧ୍ୟ କୈାଣସି ସୁଫଳ ପାଇ ପାରୁନଥିବା ଜଣାଯାଇଛି। ତେବେ ଅତ୍ୟନ୍ତ ଗରୀବ ଓ ନିରାଶ୍ରୟ ହୋଇଥିବାରୁ ତାଙ୍କୁ ଆବାସ ଯୋଜନା ଖଣ୍ଡିଏ ଯୋଗାଇ ଦେବାକୁ ସେ ଜିଲାପାଳଙ୍କୁ ନିବେଦନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories